ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡ଼ରରେ ପିଟିଲା ଇନୋଭା : ୪ ଆହତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :- ପାଣିକୋଇଲି ଥାନା ମକୁନ୍ନିବିନ୍ଧା ନିକଟରେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡ଼ରରେ ପିଟିଲା ଇନୋଭା କାର,୪ ଆହତ l ସୂଚନା ମୁତାବକ ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଆଡୁ ଏକ ଇନୋଭା କାରରେ ୪ ଜନ ଯାତ୍ରୀ ଭୁବନେଶ୍ୱର ଅଭିମୁଖେ ଦ୍ରୁତଗତିରେ ଆସୁଥିଲେ l ପାଣିକୋଇଲି ଥାନା ମକୁନ୍ନିବିନ୍ଧା ଛକ ନିକଟରେ ଏକ ଟ୍ରକ ଏହି ଇନୋଭା କାରକୁ ସାଇଡି ମାରିବାରୁ ଗାଡିର ଡ୍ରାଇଭର ନିଜର ଭାରସାମ୍ୟ ହରାଇ ରାସ୍ତାର କଡରେ ଥିବା ଡିଭାଇଡ଼ର ଉପରେ ଚଢେଇ ଦେଇଥିଲେ l ଫଳରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିତୁଟି ଯାଇଥିବା ବେଳେ, ଗାଡିର ଡ୍ରାଇଭରଙ୍କ ସମେତ ୩ ଜଣ ଯାତ୍ରୀ ଆହତ ହୋଇଥିଲେ l ତେବେ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇବା ସହିତ ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ l ତେବେ ପୋଲିସ ଦୃଘଟଣା ର ଖବର ପାଇଁ ଦୁର୍ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ