ସାମ୍ବାଦିକ ସୁରକ୍ଷା ପାଇଁ ଦାବି ପତ୍ର ପ୍ରଦାନ କଲା ଭଞ୍ଜନଗର ସାମ୍ବାଦିକ ସଂଘ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଣମାଧ୍ୟମ ପ୍ରତିନିଧି ଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର ଆଇନ ଆଣନ୍ତୁ ଦାବି ରେ ଆଜି ଭଞ୍ଜନଗର ଉପଖଣ୍ଡ ସାମ୍ବାଦିକ ମାନେ ସଭାପତି ଲୋକନାଥ କର ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି । ବିଭିନ୍ନ ସମୟରେ ଦୁର୍ନୀତି ବିରୋଧରେ ସମ୍ବାଦିକ ମାନେ ଖବର ପ୍ରସାରଣ କଲେ ସେମାନଙ୍କୁ ମାଡମାରିବା ସହିତ ଯିବନରୁ ମାରିଦେବାର ଧମକ ମିଳୁଛି । ଗତ କିଛି ଦିନ ପୂର୍ବୈ ନନ୍ଦିଘୋଷ ଟିଭିର ରିପୋର୍ଟର କୁ ଆକ୍ରମଣ ହୋଇଥିବା ବେଳେ ବାଲେଶ୍ଵର ର ସୋର ର ଅର୍ଗସ ପ୍ରତିନିଧି ସଞ୍ଜୟ କୁମାର ମହାଳିକ କୁ ଗତ 25 ତାରିଖରେ ଖବର ପରିବେଶଣ କରିବାକୁ ବିଶେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ। ଖବର ସଂଗ୍ରହ କରିବା ପାଇଁ ଭିଜୁଆଲ ସଂଗ୍ରହ କରୁଥିବା ବେଳେ ସେଠାରେ ସ୍ଥାନୀୟ ବାହାନାଗା ବ୍ଲକ BDO ଏବଂ BDO ଙ୍କ ଡ୍ରାଇଭର ଏବଂ ପିଅନ ସହ ଅନ୍ୟମାନେ ମଧ୍ୟ ସାମିଲ ହୋଇ ଭୋଜି ଭାତ ର ଆସର ଜମାଇଥିଲେ।ସରକାରୀ ଗାଡି ଧରି ଅଫିସ କାମ ଛାଡି ଭୋଜି ଭାତ ରେ ମସବୁଲ ରହିଥିଲେ ଅଧିକାରୀ ମାନେ।ଏମିତି କି ମଦ୍ୟପାନ ଅବସ୍ଥାରେ ମଧ୍ୟ ସେମାନେ ରହିଥିଲେ। ଯେତେବେଳେ ଉକ୍ତ ରିପୋର୍ଟର ଏବଂ ତାଙ୍କ ସହଯୋଗୀ ଙ୍କୁ ଦେଖି ଅତର୍କିତ ଦୁର୍ବ୍ୟବହାର କରିଥିଲେ।ଏମିତି କି ମାଡ଼ ମାରିଥିଲେ।ପରେ ସାମ୍ବାଦିକ ଙ୍କ ତରଫରୁ ଥାନା ରେ ଏତଲା ଦିଆଯାଇଛି।କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି ଘଟଣା କୁ ଭଞ୍ଜନଗର ସାମ୍ବାଦିକ ସଂଘ ଦୃଢନିନ୍ଦା କରିଵା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇବା ସହ କାର୍ଯ୍ୟ ରତ ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଇନ ଆଣନ୍ତୁ ବୋଲି ଦାବି ହୋଇଛି । ଏଥିରେ ଭଞ୍ଜନଗର ସାମ୍ବାଦିକ ସଂଘ ସଭାପତି ଲୋକନାଥ କର ଙ୍କ ସମେତ ଜୟକୃଷ୍ଣ ପଟ୍ଟନାୟକ, ରାଜେଶ ପଣ୍ଡା, ବିଶ୍ୱମ୍ବର ଯେନା, ଧନଞ୍ଜୟ ପଟ୍ଟନାୟକ, ମନୋଜ କୁମାର ଗୈଡ, ଆଶିଷ କୁମାର ଗୈଡ, ସନ୍ତୋଷ କୁମାର ଜେନା, ନିଲୁ ବିଷୋୟୀ, ଜଗନ୍ନାଥ ପ୍ରଧାନ, ଆଦିତ୍ୟ ନାରାୟଣ ପ୍ରଧାନ, ଭବାନିଶଙ୍କର ପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ