ସାମ୍ସଙ୍ଗ୍ ଗ୍ୟାଲେକ୍ସି ଏ-୧୦, ଏ-୩୦ ଏବଂ ଏ-୫୦ ସ୍ମାର୍ଟଫୋନ୍ ବିକ୍ରିରେ ରେକର୍ଡ
ନୂଆଦିଲ୍ଲୀ, (ଏଜେନ୍ସି): ଅଗ୍ରଣୀ ଇଲୋକ୍ଟ୍ରନିକ୍ସ୍ କମ୍ପାନୀ ସାମ୍ସଙ୍ଗ୍ ପକ୍ଷରୁ ନେକ୍ସଟ୍ ଜେନେରେସନ୍ ନୂଆ ଗ୍ୟାଲେକ୍ସ୍ ସିରିଜ୍ ଏ-୧୦, ଏ-୩୦ ଏବଂ ଏ-୫୦ ବିକ୍ରିରେ ନୂଆ ରେକର୍ଡ ହାସଲ । ପେବୃୟାରୀ ୨୮ରୁ ଏହା ବଜାରରେ ଉପଲବ୍ଧ ହେଉଛି । ଗତ ୨ ମାସ ମଧ୍ୟରେ ଏହି ସିରିଜ୍ର ସ୍ମାର୍ଟଫୋନ୍ ଏକ ନିୟୁତରୁ ଅଧିକ ବିକ୍ରି ହୋଇଛି । ଏହି ଅବସରରେ ସାମସଙ୍ଗ୍ ଇଣ୍ଡିଆ ଚିଫ୍ ମାର୍କେଟିଂ ଅଫିସ୍ର ତଥା ଏସ୍ଭିପି ରିଭୀତ୍ ସିଂ କହିଛନ୍ତି ଯେ ୨୦୧୯ରେ ଗ୍ୟାଲେକ୍ସି ଏ ସିରିଜ୍ ବିକ୍ରିରେ ୫୪ ବିଲିୟନ୍ ଟଙ୍କାର କାରବାର କରାଯାଇଛି । ଏହା ମାର୍ଚ୍ଚ ୧ ପର୍ଯ୍ୟନ୍ତ ୪୦ ଦିନରେ ସମ୍ପନ୍ନ ହୋଇଛି । ଆମେ ଗ୍ୟାଲେକ୍ସି ଏ-୧୦, ଏ-୩୦ ଏବଂ ଏ-୫୦ର ୨ ନିୟୁତରୁ ଅଧିକ ଫୋନ୍ ବିକ୍ରି ହୋଇଛି । ୫୦୦ ନିୟୁତ ଡଲାରର କାରବାର କରିବାକୁ ସକ୍ଷମ ହୋଇଛୁ । ଆସନ୍ତା ସପ୍ତାହରେ ଭାରତରେ ଗ୍ୟାଲେକ୍ସି ଏ-୭୦ର ବଜାର ପ୍ରବେଶ ସମ୍ପନ୍ନ ହେବ । ସମ୍ପ୍ରତି ଭାରତରେ ଗ୍ୟାଲେକ୍ସି ଏ-୮୦ର ବଜାର ପ୍ରବେଶ ହୋଇଛି । ବଜାର ପ୍ରବେଶ ହେବାକୁ ଥିବା ଗ୍ୟାଲେକ୍ସି ଏ-୭୦ ସ୍ମାର୍ଟଫୋନ୍ରେ ୬.୭ ଇଞ୍ଚ ଏଚ୍ଡ଼ି ପ୍ଲସ୍ ସ୍କ୍ରିନ୍, ଇନ୍ଫିନିଟି-ୟୁ ଡିସ୍ପ୍ଲେ ଓ ୨୦:୯ ଡିସ୍ପ୍ଲେ ରେସିଓ ଆଦି ବୈଶିଷ୍ଟ୍ୟ ରହିଛି ।