ସାମ୍ସଙ୍ଗ ଇଣ୍ଡିଆର ସବୁଠାରୁ ଶକ୍ତିଶାଳୀ ଗାଲାକ୍ସି ଏମ୍ ଉନ୍ମୋଚନ
ସାମ୍ସଙ୍ଗ ଇଣ୍ଡିଆ ଏହାର ସବୁଠାରୁ ଶକ୍ତିଶାଳୀ ଗାଲାକ୍ସି ଏମ୍ ର ଉନ୍ମୋଚନ କରିଛି,ଶୁଭାରମ୍ଭ କରିଛି ଗାଲାକ୍ସ ଏମ୍ ୪୦ଏହାର ଫ୍ଲାଗ୍ସିପ୍ ‘ଇନ୍ଫିନିଟି ଓ’ ଡିସ୍ପ୍ଲେ ସହିତ – ଗାଲାକ୍ସି ଏମ୍୪୦ ସ୍ପୋର୍ଟସ୍ ଇନ୍ଫିନିଟି ଓ-ଡିସ୍ପ୍ଲେରେ ପ୍ରଥମ
– ଏଥିରେ ରହିଛି ଟ୍ରିପଲ୍ ରିୟର କ୍ୟାମେରା ସେଟ୍ଅପ୍ ସାମ୍ସଙ୍ଗ ଇଣ୍ଡିଆ, ଦେଶର ସବୁଠାରୁ ବିଶ୍ୱସନୀୟ ଗ୍ରାହକ ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ ବ୍ରାଣ୍ଡ ଆଜି ଗାଲାକ୍ସି ଏମ୍୪୦ ର ଶୁଭାରମ୍ଭର ଘୋଷଣା କରିଛି । ଏହା ହେଉଛି ଲୋକପ୍ରିୟ ଗାଲାକ୍ସି ଏମ୍ ସିରିଜ୍ରେ ଚତୁର୍ଥ ସ୍ମାର୍ଟଫୋନ୍ । ଏହାକୁ ଟେକ୍ସାଭି ଲୋକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ନୂତନ ଭାବରେ ଶୁଭାରମ୍ଭ କରାଯାଇଥିବା ଗାଲାକ୍ସି ଏମ୍୪୦ ରେ ରହିଛି ୬.୩” ଏଫ୍ଏଚ୍ଡି+ ଇନ୍ଫିନିଟି ଓ ଡିସ୍ପ୍ଲେ, ପାୱାରଫୁଲ୍ ସ୍ନାପ୍ଡ୍ରାଗନ୍ ୬୭୫ ଅକ୍ଟା-କୋର ପ୍ରୋସେସର ଓ ଟ୍ରିପଲ୍ ରିୟର କ୍ୟାମେରା । ଗାଲାକ୍ସି ଏମ୍୧୦, ଏମ୍୨୦ ଓ ଏମ୍୩୦ ସ୍ମାର୍ଟଫୋନ୍ର ଲୋକପ୍ରିୟତା ତଥା ସଫଳତା ପରେ ଗାଲାକ୍ସ ଏମ୍୪୦ର ଶୁଭାରମ୍ଭ କରାଯାଇଛି । “ସାମ୍ସଙ୍ଗ ଗାଲାକ୍ସି ଏମ୍ ସ୍ମାର୍ଟଫୋନ୍ ଭାରତରେ ଅଭୂତପୂର୍ବ ସଫଳତା ଲାଭ କରିଛି । ଏହାକୁ ବିଶେଷ ଭାବରେ ଯୁବପୀଢ଼ି ଓ ଜେନ୍ ଜେଡ୍ ଗ୍ରାହକମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି । ଗାଲାକ୍ସି ଏମ୍ ସିରିଜକୁ ଭାରତରେ ପରିକଳ୍ପନା କରାଯାଇଛି । ଆମେ ଆଶା କରିଛୁ ଯେ ଏହି ନୂତନ ଏମ୪୦ ଡିଭାଇସ୍ ଗ୍ରାହକମାନଙ୍କୁ ଆନନ୍ଦ ପ୍ରଦାନ କରିବ” ବୋଲି କହିଛନ୍ତି ଅସିମ୍ ୱାର୍ସି, ସିନିୟର ଭାଇସ୍ ପ୍ରେସିଡେଂଟ, ସାମ୍ସଙ୍ଗ ଇଣ୍ଡିଆ । “ସାମ୍ସଙ୍ଗ ଏମ୍ ସିରିଜ୍ – ଏମ୍୧୦, ଏମ୍୨୦, ଓ ଏମ୍୩୦ ପ୍ରଥମ ତ୍ରୟମାସରେ ସବୁଠାରୁ ବୃହତ୍ ଶୁଭାରମ୍ଭ ଥିଲା । ଏହା ମାଜନ୍.ଇନ୍ରେ ଗ୍ରାହକମାନଙ୍କ ଦ୍ୱାରା ଉଲ୍ଲେଖନୀୟ ଆଦୃତି ଲାଭ କରିଥିଲା । ଏମ୍୪୦ ଏହାର ପୂର୍ବ ମଡେଲ୍ ପରି ସର୍ବୋତମ ବୈଶିଷ୍ଟ୍ୟ ତଥା ପ୍ରିମିୟମ ଅନୁଭୂତି ପ୍ରଦାନ କରିଥାଏ । ଏହାର ଶୁଭାରମ୍ଭ ସହିତ ଆମେ ସ୍ମାର୍ଟଫୋନ୍ କାଟାଗୋରିରେ ଏକ ଦୃଢ଼ ପୋର୍ଟଫୋଲିଓ ସୃଷ୍ଟି କରିପାରିଛୁ ତଥା ଗ୍ରାହକମାନଙ୍କୁ ଚୟନ କରିବା ପାଇଁ ବହୁତ ବିକଳ୍ପ ତଥା ଅତୁଳନୀୟ ସପିଂ ଅନୁଭୂତି ପ୍ରଦାନ କରିପାରିଛୁ” ବୋଲି କହିଛନ୍ତି ମନିସ୍ ତିୱାରୀ,ଭାଇସ୍ ପ୍ରେସିଡେଂଟ, କାଟେଗୋରି ମ୍ୟାନେଜ୍ମେଂଟ, ଆମାଜନ୍ ଇଣ୍ଡିଆ । ଗ୍ରାହକମାନଙ୍କୁ ସୁପରିୟର ସ୍କ୍ରିନ୍ ଅନୁଭୂତି ପ୍ରଦାନ କରିବା ପାଇଁ ଗାଲାକ୍ସି ଏମ୍୪୦ ରେ ରହିଛି ୬.୩” ଏଫ୍ଏଚ୍ଡି+ ଇନ୍ଫିନିଟି ଓ ଡିସ୍ପ୍ଲେ, ଏହି ବୈଶିଷ୍ଟ୍ୟଟି ସାମ୍ସଙ୍ଗର ଫ୍ଲାଗ୍ସିପ୍ ଗାଲାକ୍ସି
ଏସ୍୧୦ ଲାଇନ୍ରେ ଦେଖାଯାଉଛି ଯେଉଥିରେ କଂଟ୍ରାଷ୍ଟ ଅନୁପାତ ରହିଛି ୧୨୦୦:୧ ଓ ଅନ୍ସ୍କ୍ରିନ୍ ସାଉଣ୍ଡ ଟେକ୍ନୋଲୋଜି । ଗାଲାକ୍ସି ଏମ୍୪୦ ହେଉଛି ୭.୯ ମିମି ସ୍ଲିକ୍ ଡିଭାଇସ୍ । ଏହାର ଓଜନ ରହିଛି ମାତ୍ର ୧୬୮ ଗ୍ରାମ ତଥା ଏଥିରେ ରହିଛି ଗରିଲା ଗ୍ଲାସ୍ ୩ । ଗାଲାକ୍ସି ଏମ୍୪୦ ରେ ରହିଛି ସ୍ନାପ୍ଡ୍ରାଗନ୍ ୬୭୫ ଅକ୍ଟା କୋର୍ ପ୍ରୋସେସର ଯାହାକି କେବଳ ୟୁଜର ଅନୁଭୂତିରେ ଉନ୍ନତି ଆଣିନଥାଏ ବରଂ ସ୍ମୁଥ୍ ମଲ୍ଟିଟାସ୍କିଂ ଓ କମ୍ ଶକ୍ତି ଖର୍ଚ୍ଚର ସୁବିଧା ପ୍ରଦାନ କରିଥାଏ । “ସାମ୍ସଙ୍ଗରେ ଆମେ ସର୍ବଦା ନୂତନ ଟେକ୍ନୋଲୋଜିର ବିକାଶ କରିବା ପାଇଁ ନିଜକୁ ଆହ୍ୱାନ କରିଥାଉ । ସାମ୍ସଙ୍ଗ ଗାଲାକ୍ସି ଏମ୪୦ ରେ, ଆମେ ଡିଟେଲ୍ସକୁ ଧ୍ୟାନ ପ୍ରଦାନ କରିଥାଉ ଯଦ୍ୱାରା ଏକ ଉନ୍ନତ ସ୍ମାର୍ଟଫୋନ୍ ଅନୁଭୂତି ମିଳିପାରିବ । ଏହାର ଇମ୍ପ୍ରେସିଭ୍ ଇନ୍ଫିନିଟି ଓ ଡିସ୍ପ୍ଲେ ସହିତ ତଥା ଟ୍ରିପଲ୍ ରିୟର କ୍ୟାମେରା ଓ ସ୍ନାପ୍ଡ୍ରାଗନ୍ ୬୭୫ ପ୍ରୋସେସର, ନୂତନ ଭାବରେ ଶୁଭାରମ୍ଭ ହୋଇଥିବା ଗାଲାକ୍ସି ଏମ୍୪୦ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଥାଏ । ମୁଁ ନିଶ୍ଚିତ ଯେ ଆମର ଗ୍ରାହକମାନେ ଏହି ଏମ୍ଏମ୍ଜି ଡିଭାଇସ୍ ଦ୍ୱାରା ଖୁସି ହେବେ” ବୋଲି କହିଛନ୍ତି, ଅସିମ୍ ୱାର୍ସି । ନୂତନ ଗାଲାକ୍ସି ଏମ୍୪୦ ସ୍ପୋର୍ଟସ ବେଷ୍ଟ-ଇନ୍-କ୍ଲାସ୍ରେ ରହିଛି ସର୍ବୋତମ ଶ୍ରେଣୀୟ ଟ୍ରିପଲ୍ ରିୟର କ୍ୟାମେରା ଯାହା ମିଲେନିୟାଲ୍ଙ୍କ ଆବଶ୍ୟକତାକୁ ପୁରଣ କରିଥାଏ ଯାହାକି ସ୍ମରଣୀୟ
ମୁହୂର୍ତକୁ ସୁନ୍ଦର ଭାବରେ ଧରି ରଖିଥାଏ । ଗାଲାକ୍ସି ଏମ୍୪୦ ର ଟ୍ରିପଲ୍ କ୍ୟାମେରା ସେଟ୍ଅପ୍ରେ ରହିଛି ୩୨ ଏମ୍ପି ମେନ୍ କ୍ୟାମେରା ଏଆଇ ସିନ୍ ଅପ୍ଟିମାଇଜର ତଥା ଏଫ୍୧.୭ ଆର୍ପେଚର ଯାହା ଷ୍ଟନିଂ ଡେଲାଇଟ୍ ସଟ୍ସ ଓ ସୁନ୍ଦର ରାତ୍ରି ସମୟରେ ଫଟୋ ପ୍ରଦାନ କରିଥାଏ । ଏଥିରେ ମଧ୍ୟ ରହିଛି ୫ ଏମ୍ପି ଡେପ୍ଥ କ୍ୟାମେରା ଓ ଅଲ୍ଟ୍ରା-ୱାଇଡ୍ ୮ ଏମ୍ପି କ୍ୟାମେରା । ମିଲେନିଆଲ୍ଙ୍କ ପାଇଁ ଯେଉଁମାନେ ଭିଡିଓ ମାଧ୍ୟମରେ ଯୋଗାଯୋଗ କରିଥାନ୍ତି,ଗାଲାକ୍ସି ଏମ୍୪୦ ର ରହିଛି ୩୫୦୦ ଏମ୍ଏଏଚ୍ ବ୍ୟାଟେରି ଓ ୧୫ ଡବ୍ଲ୍ୟୁ ୟୁଏସ୍ବି ଟାଇପ୍ ସି ଫାଷ୍ଟ ଚାର୍ଜିଂ ବୈଶିଷ୍ଟ୍ୟ ଯାହା ସଧାରଣ ଚାର୍ଜିଂ ତୁଳନାରେ ୩ ଗୁଣା ସ୍ପିଡ୍ ପ୍ରଦାନ କରିଥାଏ । ସୁନ୍ଦର ଦେଖିବା ଅନୁଭୂତି ନୂତନ ଗାଲାକ୍ସି ଏମ୍୪୦ ରେ ରହିଛି ଅତୁଳନୀୟ ଏଂଟରଟେନ୍ମେଂଟ ଅନୁଭୂତି ତଥା ୱାଇଡ୍ଭାଇନ୍ ଏଲ୍୧ ପ୍ରମାଣନ ଯାହା ଲୋକପ୍ରିୟ ଆପ୍ ଦ୍ୱାରା ଏଚ୍ଡି କଂଟେଂଟକୁ ଷ୍ଟ୍ରିମିଂ କରିଥାଏ । ଏଥିରେ ରହିଛି ପ୍ରିମିୟମ ୬.୩” ଏଫ୍ଏଚ୍ଡି+ ଇନ୍ଫିନିଟି ଓ ଡିସ୍ପ୍ଲେ । ନୂତନ ଏଜ୍ ଡିସ୍ପ୍ଲେ ୧୨୦୦:୧ କଂଟ୍ରାଷ୍ଟ ଅନୁପାତ ତଥା ୪୮୧୦ ନିଟ୍ସ ପିକ୍ ବ୍ରାଇଟ୍ନେସ ପ୍ରଦାନ
କରେ । ଉଚ୍ଚ କ୍ଷମତା ସମ୍ପନ୍ନ କାର୍ଯ୍ୟଦକ୍ଷତା ନୂତନ ଗାଲାକ୍ସି ଏମ୍୪୦ ରେ ରହିଛି ପାୱାରଫୁଲ୍ ସ୍ନାପ୍ଡ୍ରାଗନ୍ ୬୭୫ ଅକ୍ଟାକୋର ପ୍ରୋସେସର ତଥା ୨.୦ ଗିଗାହର୍ଜର ସ୍ପିଡ୍ । ଗାଲାକ୍ସି ଏମ୍୪୦ ଏକ ଅତୁଳନୀୟ ଗେମିଂ ଡିଭାଇସ୍ ଯେଉଁଥିରେ ରହିଛି ଆଡ୍ରେନୋ ୬୧୨ ଜିପିୟୁ । ସ୍ମାର୍ଟଫୋନ୍ ମଧ୍ୟ ସ୍ମୁଥ୍ ମଲ୍ଟି ଟାସ୍କିଂ ଓ କମ୍ ଶକ୍ତି ଖର୍ଚ୍ଚ
କରିଥାଏ । ଏଥିରେ ରହିଛି ୬ ଜିବି ରାମ୍ ଓ ୧୨୮ ଜିବି ମେମୋରି ଯାହାକି ୫୧୨ ଜିବି ପର୍ଯ୍ୟନ୍ତ
ଏକ୍ସପାଣ୍ଡେବଲ୍ ଅଟେ । ମୂଲ୍ୟ ଓ ଉପଲବ୍ଧତା ଏବଂ ଅଫର ଗାଲାକ୍ସି ଏମ୍୪୦ ର ମୂଲ୍ୟ ରହିଚି ଟ.୧୯,୯୯୦ । ଏହା ଜୁନ୍ ୧୮, ମଧ୍ୟାହ୍ନ ସମୟରେ ଆରମ୍ଭ କରାଯାଉଛି । ଗାଲାକ୍ସି ଏମ୍୪୦ ଆମାଜନ୍. ଇନ୍ ରେ ଉପଲବ୍ଧ ଅଟେ ଓ ବର୍ତମାନ ସାମ୍ସଙ୍ଗର ନିଜସ୍ୱ ଅନ୍ଲାଇନ ସପ୍ରେ ମଧ୍ୟ ସୁନ୍ଦର ମିଡ୍ନାଇଟ୍ ବ୍ଲୁ ଓ ସିୱାଟର ବ୍ଲୁ ଗ୍ରାଡିଏଂଟ କଲରରେ ଉପଲବ୍ଧ ଅଟେ । ଗାଲାକ୍ସି ଏମ୍୪୦ ଗ୍ରାହକମାନେ ଜିଓ ୪ଜିରେ ଟ.୧୯୮ ଓ ଟ.୨୯୯ ପ୍ଲାନ୍ରେ ଡବଲ୍ ଡାଟା ଉପଲବ୍ଧ କରିପାରିବେ । ଏହି ସ୍ୱତନ୍ତ୍ର ଅଫର ଟ.୧୯୮ ରିଚାର୍ଜରେ ମିଳିପାରିଥାଏ ତଥା ୧୦ ଟି
ରିଚାର୍ଜରେ ଟ.୩୧୧୦ ପର୍ଯ୍ୟନ୍ତ ସଂଚୟ ହୋଇଥାଏ । ଡବଲ୍ ଡାଟା ସୁବିଧା ସହିତ ଅନ୍ଲିମିଟେଡ୍ ଭିଡିଓ, ମ୍ୟୁଜିକ୍ ଓ କ୍ରିକେଟ୍ ଏବଂ ଆହୁରି ଅନେକକୁ ଉପଭୋଗ କରିବାର ସୁଯୋଗ । ଭୋଡାଫୋନ୍ ଓ ଆଇଡିଆରେ ଗାଲାକ୍ସି ଏମ୍୪୦ ଗ୍ରାହକମାନେ – ଟ.୨୫୫ ର ରିଚାର୍ଜ କ୍ଷେତ୍ରରେ ଟ.୩,୭୫୦ ର କ୍ୟାସ୍ବ୍ୟାକ୍ ସୁଯୋଗ ପାଇପାରିବେ (ଟ.୭୫ ରିଚାର୍ଜ ଭାଉଚରରେ ୫୦ ଟି ରିଚାର୍ଜ ପର୍ଯ୍ୟନ୍ତ) ସେମାନେ ମଧ୍ୟ ଅତିରିକ୍ତ ୦.୫ ଜିବି ଡାଟା/ ଦିନ ୧୮ ମାସ ପର୍ଯ୍ୟନ୍ତ ପାଇପାରିବେ । ଏୟାରଟେଲ୍ରେ ଗାଲାକ୍ସି ଏମ୍୪୦ ଗ୍ରାହକମାନେ ୧୦୦% ଏଳ୍ସଟ୍ରା ଡାଟା ୧୦ ମାସ ପାଇଁ ପାଇପାରିବେ । ୟୁଜରମାନେ ଟ.୨୪୯ ପ୍ଲାନରେ ରିଚାର୍ଜ କ୍ଷେତ୍ରରେ ୪ ଜିବି ଡାଟା/ ଦିନକୁ ପାଇପାରିବେ – ଅତିରିକ୍ତ ୫୬୦ ଜିବି ଡାଟାର ଲାଭ ଆଗାମୀ ୧୦ ମାସ ମଧ୍ୟରେ । ୟୁଜର ଟ.୩୪୯ ପ୍ଲାନର ରିଚାର୍ଜ କ୍ଷେତ୍ରରେ ୬ ଜିବି ଡାଟା/ ଦିନକୁ ପାଇପାରିବେ – ଅତିରିକ୍ତ ୮୪୦ ଜିବି ଡାଟାର ଲାଭ ୧୦ ମାସ ପର୍ଯ୍ୟନ୍ତ ।