ସାମ୍ସଙ୍ଗ ଏକ୍ସାଇଟିଂ, ନୂତନ ଉୟରେବଲକୁ ଭାରତରେ ଶୁଭାରମ୍ଭ କରିଛି
ସାମ୍ସଙ୍ଗ ଇଣ୍ଡିଆ ଦେଶର ସବୁଠାରୁ ବିଶ୍ୱସନୀୟ ଗ୍ରାହକ ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ୍ ଫୋନ୍ ବ୍ରାଣ୍ଡ ଆଜି ନୂଆ ଶ୍ରେଣୀର ଗାଲାକ୍ସି ଉୟରେବଲ୍ ମିଲେନିଆଲ୍ ଓ ଜେନ୍ ଜେଡ୍ଙ୍କ ପାଇଁ ଶୁଭାରମ୍ଭର ଘୋଷଣା କରିଛି । ଗାଲାକ୍ସି ଫିଟ୍ ଓ ଗାଲାକ୍ସି ୱାଚ୍ ଆକ୍ଟିଭ୍ ପୁନଶ୍ଚ ଭାରତରେ ସାମ୍ସଙ୍ଗର ଉତ୍ପାଦ ପୋର୍ଟଫୋଲିଓ ଉୟରେବଲ୍ ସେଗ୍ମେଂଟରେ ମଜ୍ବୁତ୍ କରିବ । ଗାଲାକ୍ସି ଫିଟ୍ ଇ ସହିତ ସାମ୍ସଙ୍ଗ ଇଣ୍ଡିଆ କମ୍ ମୂଲ୍ୟଯୁକ୍ତ ସେଗ୍ମେଂଟରେ ପ୍ରବେଶ କରିଛି ଯାହା କି ଦେଶର ସାମଗ୍ରୀକ ଉୟରେବଲ୍ର ୮୫% ଅଟେ । “ଆମର ନୂତନ ଶ୍ରେଣୀର ଉୟରେବଲ୍ରେ ନୂତନ ୟୁଜରଙ୍କ ପାଇଁ ରହିଛି ଆୱାର୍ଡ଼-ୱିନିଂ ହାର୍ଡ଼ଓୟାର ଓଇକୋସିଷ୍ଟମ । ଏହି ସମସ୍ତ ଉତ୍ପାଦରେ ଆଧୁନିକ ହାର୍ଡ଼ଓୟାର ଓ ସେନ୍ସିଂ କ୍ଷମତା ରହିଛି । ଗାଲାକ୍ସି ୱାଚ୍ ଆକ୍ଟିଭ୍ ହେଉଛି ଏକ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଥିବା ଘଂଟା ଯାହାକି “ଡୁ ହ୍ୱାଟ୍ ୟୁ କାଂଟ” ନୀତି ଉପରେ ଆଧାରିତ । ଗାଲାକ୍ସି ଫିଟ୍ ଓ ଫିଟ୍ ଇ ସାମ୍ସଙ୍ଗ ହେଲ୍ଥର ଫାଷ୍ଟ ଟାଇମ୍ ଆକ୍ସେସ୍ ପ୍ରଦାନ କରିଥାଏ ଏବଂ ଏଥିରେ ୯୦+ ଆକ୍ଟିଭିଟି ଟ୍ରାକର ରହିଛି । ଆମର ଲକ୍ଷ୍ୟ ହେଉଛି ଏହାକୁ ବ୍ୟବହାର କରି ଗ୍ରାହକମାନେ ଏକନୂତନ ଅନୁଭୂତି ପ୍ରାପ୍ତ କରିପାରିବେ ତଥା ସେମାନଙ୍କର ଯାତ୍ରାକୁ ମଜାଦାର କରିପାରିବେ,” ବୋଲି କହିଛନ୍ତି ଆଦିତ୍ୟ ବବର, ଡାଇରେକ୍ଟର, ମୋବାଇଲ୍ ବିଜ୍ନେସ୍, ସାମସଙ୍ଗ ଇଣ୍ଡିଆ ।