ସାମ୍ୟବାଦୀ ନେତା ବଂଶୀଧର ଦାଶ ଙ୍କ ବିୟୋଗରେ ସ୍ମୃତି ସଭା
ଚୌଦ୍ଵାର, (ଦୀପକ୍ କୁମାର ବେଉରା) : ବିଶିଷ୍ଟ ସାମ୍ୟବାଦୀ ନେତା କଟକ ଜିଲ୍ଲାରେ ଭୁ ସଂସ୍କାର ଆନ୍ଦୋଳନର ପ୍ରମୁଖ ନେତା ତଥା ସି ପି ଆଇ (ଏମ୍) କଟକ ଜିଲ୍ଲା କମିଟିର ପୂର୍ବତନ ସମ୍ପାଦକ ବଂଶୀଧର ଦାଶ ଙ୍କ ର ଏକ ସ୍ମୃତି ସଭା ସି ପି ଆଇ (ଏମ୍) ଟାଙ୍ଗୀ ଚୌଦ୍ବାର ଆଞ୍ଚଳିକ କମିଟି ତରଫରୁ ଚୌଦ୍ଵାର କାର୍ଯ୍ୟାଳୟ ଠାରେ ଅନୁଷ୍ଠତ ହୋଇଯାଇଛି। ଉକ୍ତ ସ୍ମୃତି ସଭାରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ତଥା ଟାଙ୍ଗୀ ଚୌଦ୍ବାର ଆଞ୍ଚଳିକ କମିଟି ସଂପାଦକ ବିଷ୍ଣୁ ବେହେରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲା ସଂପାଦକ ବଦ୍ରିନାରାୟଣ ଦାଶ,ବରିଷ୍ଠ ନେତା ପିତାମ୍ବର ଲେଙ୍କା,ଯୁବନେତା ଜୟ ସିଂ,ପୂର୍ବତନ ସମିତି ସଭ୍ୟ ଡମ୍ବରୁଧର ସାହୁ,ଶଲଗାଁ ସମିତି ସଭ୍ୟ ରମେଶ ବେହେରା,ବରିଷ୍ଠ ଶ୍ରମିକ ନେତା ବିପିନ ବିହାରୀ ସାହୁ,ଦୀନବନ୍ଧୁ ଗାହାଣ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ବଂଶୀଧର ଦାଶ ଙ୍କ ସ୍ମୃତିଚରଣ କରିଥିଲେ। ଏହି ବୈଠକରେ ସିପିଆଇ ନେତା ନବ କିଶୋର ଭୂୟାଁ,ଯୁବନେତା ରମେଶ ନାୟକ,ବଳରାମ ସାହାଣୀ, ମାନସ ମହାନ୍ତି, ପ୍ରମୁଖ ଯୋଗଦେଇ ଥିଲେ।


