ସାମ୍ୱାଦିକ ଜ୍ଞାନ ବିଶ୍ୱାଳଙ୍କୁ ପରିବେଶବିତ୍ ସମ୍ମାନ
ନିମାପଡ଼ାତା, (ସନ୍ତୋଷ ଦାଶ) :-କାକଟପୁର ବ୍ଲକ ର ଯୁବ ସାମ୍ୱାଦିକ ତଥା ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ୱାଳଙ୍କୁ ଶ୍ରେଷ୍ଠ ପରିବେଶବିତ୍ ସମ୍ମାନ ପ୍ରଦାନ କରାଯାଇଛି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନିମାପଡା ବାମନାଳ ଓଲମରା ତ୍ରିନାଥ ମନ୍ଦିର ପରିସରରେ ସଙ୍ଗମ ପରିବାର ପକ୍ଷରୁ ଅନୁଷ୍ଠିତ ଅକ୍ଷୟ ମିଳନ ସାହିତ୍ୟ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ସଙ୍ଗମ ପରିବାର ପକ୍ଷରୁ କୋଣାର୍କ ପ୍ରେସ କ୍ଲବ୍ ସହ ସମ୍ପାଦକ ସାମ୍ୱାଦିକ ଜ୍ଞାନ ରଞ୍ଜନ ବିଶ୍ୱାଳଙ୍କୁ ସମାଜ ଓ ପରିବେଶ ପାଇଁ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ସଙ୍ଗମ ଶ୍ରେଷ୍ଠ ପରିବେଶବିତ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସ୍ବେଚ୍ଛସେବୀ ଭାବରେ ପ୍ରତିବର୍ଷ କାକଟପୁର ବ୍ଲକ ଅଞ୍ଚଳରେ, ଶତାଧିକ ବୃକ୍ଷ ରୋପଣ କରିବା ସହ ଅନ୍ୟମାନଙ୍କୁ ସଚେତନତା କରିବା, ସ୍କୁଲ, କ୍ଲବ ଓ ଖାଲି ସ୍ଥାନରେ ବୃକ୍ଷ ରୋପଣ କରିବା, ଆମ୍ବ ମିଶନ ଓ ତାଳ ମିଶନ ଜରିଆରେ ଆମ୍ବ ଓ ତାଳ ମଞ୍ଜି ସହ ବିଭିନ୍ନ ମଞ୍ଜି ସଂଗ୍ରହ କରି ବିଭିନ୍ନ ଖୋଲା ସ୍ଥାନରେ ବୁଣିବା ସହ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରି ସେ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି । ଆଗାମୀ ଦିନରେ ତାଙ୍କୁ ଅଧିକ ପ୍ରୋତ୍ସାହନ ଓ ପ୍ରେରଣା ଯୋଗାଇବା ପାଇଁ ତାଙ୍କୁ ସମ୍ମାନୀତ କରାଯାଇଥିବା ସଙ୍ଗମ ପରିବାର ସଭାପତି ଗଙ୍ଗାଧର ଓଝା ଓ ଉପଦେଷ୍ଟା ସମ୍ପଦ କୁମାର ରଥ ସୁଚନା ଦେଇଛନ୍ତି ।