ସାମୟିକ ସ୍ୱାସ୍ଥ୍ୟ ଶିବିର ତଦାରଖ କଲେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ସାମୟିକ ସ୍ୱାସ୍ଥ୍ୟ ଶିବିରର ବ୍ୟବସ୍ଥା କରିଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ବିଭିନ୍ନ ହାଇସ୍କୁଲ ଓ ନୋଡାଲ ଉପ୍ରା ବିଦ୍ୟାଳୟରେ ସାମୟିକ ଶିବିର ଖୋଲା ଯାଇଛି । ଏସବୁ ଶିବିର ସଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ ସେନେଇ ଜିଲା ପ୍ରଶାସନ ପକ୍ଷରୁ ତଦାରଖ କରାଯାଇଛି । ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବନ୍ତ ବ୍ଲକର ଗୋବିନ୍ଦପୁର, ସେଣ୍ଢତୀରା, ପଧାନପଡା, ରାମପୁର ଆଦି ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ସାମୟିକ ଶିବିର ଗୁଡିକୁ ତଦାରଖ କରିଛନ୍ତି । ଏସମସ୍ତ କେନ୍ଦ୍ରରେ ଅଧିକ ଶର୍ଯ୍ୟା ବୃଦ୍ଧି କରିବା ପାଇଁ ସେ ବିଡିଓଙ୍କୁ ପରାମର୍ଶ ଦେଇଥିବାର ଜଣାଯାଇଛି । ପରେ ପଧାନପଡା ପଞ୍ଚାୟତରେ ଗତ କିଛି ଦିନ ତଳେ ଦୁବାଇରୁ ଫେରିଥିବା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବା ସହ ରାମପୁର ପଞ୍ଚାୟତ ଅଳଉତି ଗ୍ରାମର ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟିଥିଲେ । ତାଙ୍କ ସହିତ ତହସିଲଦାର ଇନ୍ଦିରା ସାହୁ, ବିଡିଓ ରେବେକା ବିଲୁଙ୍ଗଙ୍କ ସମେତ ଉପରୋକ୍ତ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ