ସାରଳା ବସ୍ ଦୁର୍ଘଟଣା ଗସ୍ତ: ୨ ଗୁରୁତର
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର କେନ୍ଦୁଘାଟି ଠାରେ ସାରଳା ବସ ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ୨ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ବେଳେ ୪ ଜଣ ସାମାନ୍ୟ ଆହାତ ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକ ରାଯାଇଛି ।ଦୂଘଁଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଛି । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବା ପରେ ଆମ୍ବୁାଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ମେଡିକାଲରେ ଭର୍ତ୍ତିକରାଯାଇଥିଲା । ବସ୍ଟି ଦ୍ରୁତଗତିରେ ଚାଲନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘରୋଇ ବସଟି ଲାଞ୍ଜିଗଡରୁ କଟକ ଅଭିମୁଖେ ଯାଉଥିବା ସମୟରେ ଏଭଲି ଏକ ଦୁଖଦ ଘଟଣା ଘଟିଥିବା ଜଣାପଡିଛି ।