ସାରସ୍ୱତ ପ୍ରତିଭା ର ଅଧିକାରୀ ଶ୍ରୀତମ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ଓଡିଶା ରେ ବହୁତ କମ ବ୍ୟକ୍ତିତ୍ୱ ଅଛନ୍ତି, ଯିଏ କି ନିଜର ନିଷ୍ଠା, ଏକାଗ୍ରତା,ଦୃଢ ଇଚ୍ଛାଶକ୍ତି, ଦକ୍ଷତା, ସମୟାନୁବର୍ତ୍ତିତା ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ଜନ ମାନସ ରେ ସୃଷ୍ଟି କରି ପାରିଛନ୍ତି. ସେହିପରି ଏକ ନିଆରା, ଉଜ୍ବଳ ଯୁବ ପ୍ରତିଭା ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା, ବୋଲଗଡ ବ୍ଲକ ଅନ୍ତର୍ଗତ ନୟାପଲ୍ଲୀ ଗ୍ରାମର ବାସିନ୍ଦା ଶ୍ରୀତମ କୁମାର ବରାଳ. ଏକା ଧାରାରେ ଯାତ୍ରା, ସିନେମା ଜଗତ ର ଅଭିନେତା, ନିର୍ଦ୍ଧେଶକ, ଲେଖକ ଉପସ୍ଥାପକ ସହିତ ସମାଜସେବୀ. ପିତା ଶ୍ରୀନିବାସ ବରାଳ ଓ ମାତା ଶାନ୍ତିଲତା ବରାଳ ଙ୍କ ଔରସ ରୁ ଭୁମିଷ୍ଠ ହୁଅନ୍ତି. ତୁଳସୀ ଦୁଇ ପତ୍ର ରୁ ବାସିଲା ପରି ବାଲ୍ୟ ସମୟ ରୁ ତାଙ୍କ ପ୍ରତିଭା ର ପରିଚୟ ମିଳେ. ନିଜର ବଳିଷ୍ଠ ଅଭିନୟ ଓ ନିର୍ଦେଶନା ଦ୍ୱାରା ଦର୍ଶକ ଙ୍କ ମନ ଓ ହୃଦୟ ଜିଣିବାରେ ସେ ସିଦ୍ଧହସ୍ତ ପ୍ରମାଣିତ ହେଇ ଛନ୍ତି. ସେହିପରି ସମାଜସେବା କରିବା, ଅସହାୟ, ଅଭାବୀ ଙ୍କୁ ସାହାଯ୍ୟ ଓ ସହଯୋଗ କରିବା ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ପାଲଟିଛି. ବୀର ମାଟି ଖୋର୍ଦ୍ଧା ଓ ନୟାପଲ୍ଲୀ ଗ୍ରାମର ଏକ ଯୁବ, ଉଜ୍ବଳ ପ୍ରତିଭା ହେବା ସହିତ ଜଣେ ସରଳ, ମିଷ୍ଠ ଭାଷୀ ଭାବେ ପରିଗଣିତ ହୁଅନ୍ତି. ନିଜର କର୍ମ କୁ ଇଶ୍ୱର ଙ୍କ ସ୍ୱରୂପ ରୂପେ ଭଲ ପାନ୍ତି ବୋଲି ସେ ମତବ୍ୟକ୍ତ କରନ୍ତି. ବହୁ ସମ୍ମାନ ଓ ପୁରସ୍କାର ପାଇଥିଲେ ମଧ୍ୟ ତାଙ୍କ ମନରେ କେବେବି ଅହଂକାର ଦେଖା ଦେଇନି. ଜନସାଧାରଣ ଙ୍କ ପାଇଁ ସମର୍ପିତ ଭାବେ ଆହୁରି ଭଲ କାମ କରିବା ନେଇ ସେ ସୂଚନା ଦିଅନ୍ତି. ପ୍ରକୃତ ରେ ଜଣେ ସାରସ୍ୱତ ବ୍ୟକ୍ତିତ୍ୱ ର ଅଧିକାରୀ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ