ବିଜେଡ଼ିର କର୍ମୀ ସମ୍ମିଳନୀ ଅନୁଷ୍ଠିତ
ନିମାପଡ଼ା,( ସନ୍ତୋଷ ଦାଶ): ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତର ଶ୍ରୀ ଗୁରୁଦେବଙ୍କ ପୀଠ ଠାରେ ବିଜେଡ଼ିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ବିଜେଡ଼ି ସଭାପତି ଅନିରୁଦ୍ଧ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ବୈଠକରେ ୧୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ,
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଙ୍କ ପରାଜୟ କୁ ଭୁଲି ସମସ୍ତ କର୍ମୀ କିପରି ଏକଜୁଟ ହୋଇ କାର୍ଯ୍ୟ କରିବେ ସେ ନେଇ ପରାମର୍ଶ ଦେଇଥିଲେ। ଉକ୍ତ ସମ୍ମିଳନୀ ରେ
୧୯ ଟି ୱାଡ ରୁ ୧୦୦ ରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ଅନିରୁଦ୍ଧ ତ୍ରିପାଠୀ, ପ୍ରଦୀପ୍ତ ନାୟକ, ସନ୍ତୋଷ ଦାଶ, ଦେବାଶିଷ କର ପ୍ରମୁଖ ଙ୍କୁ ନେଇ ଏକ କାର୍ଯ୍ଯକାରୀ କମିଟି ଗଠନ ହୋଇଥିଲା। ସମସ୍ତ କର୍ମୀ ଙ୍କ ସୁବିଧା ଅସୁବିଧା ସମସ୍ୟା ସମ୍ପର୍କ ରେ ଏହି କମିଟି ଆଲୋଚନା କରି ବ୍ଲକ ସ୍ତରିୟ
ନେତୃବୃନ୍ଦ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।


