ସାରା ବିଶ୍ୱକୁ କବଳିତ କରିଛି କରୋନା,୧୯୫ ଦେଶରେ ହାହାକର : ଭୟଙ୍କର ସ୍ଥିତି ଇଟାଲୀରେ ନେଲଣି ଜୀବନ ୬୦୭୭ ଜଣଙ୍କ
ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରିଛି କରୋନା ଭୂତାଣୁ ବର୍ତମାନ ବିଶ୍ଵର ୧୯୫ ଦେଶକୁ ବ୍ୟାପିଯାଇଛି । ଚୀନରୁ ଜାତ ପ୍ରଥେମେ କରୋନା ବର୍ତମାନ ସବୁଠୁ ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇଛି ଇଟାଲୀରେ । ଇଟାଲୀରେ କରୋନା ଯୋଗୁ ୬୦୭୭ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାରରୁ ଅଧିକ ହୋଇଛି । ଦେଶରେ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବିଶ୍ଵରେ ୩ ଲକ୍ଷ ୮୧ ହଜାରରୁ ଅଧିକ ଜନସାଧାରଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସେଥି ମଧ୍ୟରୁ ୧ ଲକ୍ଷ ୨୪ ହଜାର ଚିକିତ୍ସା ପରେ ସୁସ୍ଥ ସୂଚନା ରହିଛି । ୨ ଲକ୍ଷରୁ ୫୦ ହଜ଼ାରରୁ ଅଧିକ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି। ୧୧ ହଜାର ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ମଙ୍ଗଳବାର ସୁଦ୍ଧା ବିଶ୍ଵର ବିଭିନ୍ନ ଦେଶରେ ମୃତ୍ୟୁ ସଂଖ୍ୟା ୧୬ ହଜାର ୫୭୨କୁ ବୃଦ୍ଧି ପାଇଛି। ଦକ୍ଷିଣ କୋରିଆରେ ଆଉ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ସେଠାରେ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୯ ହଜାର ୩୭ ପହଞ୍ଚିଛି । ଫ୍ରାନ୍ସରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୫୬ ରହିଥିବାବେଳେ ୮୬୭୫ ଜଣ ଚିକିତ୍ସାଧୀନ ଅଛନ୍ତି। ଆମେରିକା ପରି ବିକଶିତ ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୩୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୧୪୫ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୮୨ ରହିଛି । ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୩୩୫ରେ ପହଞ୍ଚିଥିବାବେଳେ ସରକାର ଏକ ମାସ ପାଇଁ ଦେଶକୁ ଲକ୍ଡାଉନ ଘୋଷଣା କରିଛନ୍ତି। ଇରାନରେ ୧୮୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୩ ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାରତରେ ଗତକାଲି ସୁଦ୍ଧା କରୋନାରେ ୧୦ ଜଣଙ୍କ ପ୍ରାଣ ଯାଇଥିବାବେଳେ ୫୦୦ ଜଣଙ୍କ ଠାରେ ଭୁତାଣୁ ଥିବା ଜଣାପଡ଼ିଛ, ଭାରତରେ ସବୁଠାରୁ ଅଧିକ ମହାରାଷ୍ଟ୍ରରେ ସର୍ବାଧିକ ୧୦୬ ଚିହ୍ନଟ ହୋଇଥିବାବେଳେ, କେରଳ ପ୍ରଦେଶର ଦକ୍ଷିଣ ଭାଗରେ ପ୍ରାୟ ୯୭ ଜଣ ରହିଥିବା ଜଣାପଡିଛି, ସେହିପରି ନୂଆଦିଲ୍ଲୀରେ ମଧ୍ୟ ପ୍ରାୟ ୩୦ ଜଣ ରହିଥବା ଜଣାପଡିଛି,


