କୋରୋନା କାୟାରେ ବିଶ୍ବ: ୧୦୦ କୋଟି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: କୋରୋନା କାୟାରେ ସାରା ବିଶ୍ବ। ପ୍ରାୟ ୨ ଶହ ଦେଶକୁ ଏହି କୋରୋନା ମହାମାରୀ ବ୍ୟାପି ସାରିଥିବାରୁ ଏଥିରୁ ମୁକ୍ତି ପାଇବା ପାଇଁ ସବୁ ମହଲରେ ସଂଘର୍ଷ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏହାକୁ କିପରି ରୋକାଯିବ, ତାହାକୁ ନେଇ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବିଶ୍ବର ପ୍ରାୟ ୧୦୦ କୋଟି ଲୋକଙ୍କୁ ଘରେ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିବା ଏକ ସର୍ଭେ ରିପୋର୍ଟରେ ସ୍ପଷ୍ଟ ହୋଇଛି। ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ସ୍ପେନ୍‌, ଇରାନ ପରି ରାଷ୍ଟ୍ର ଏହି ମହାମାରୀ ରୋକିବା ପାଇଁ ଦେଶକୁ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କେବଳ ଘର ଭିତରେ ରହି ଏହି ମହାମାରୀକୁ ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି।
ଆର୍ଜେଣ୍ଟିନା, ବ୍ରିଟେନ୍‌, ସ୍ପେନ୍‌, ସ୍ବିଜରଲ୍ୟାଣ୍ଡ ଓ ଆମେରିକା ପରି ରାଷ୍ଟ୍ରରେ ଅବସ୍ଥା ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଆମେରିକା ପରି ରାଷ୍ଟ୍ରରେ ମଧ୍ୟ ପରିସ୍ଥିତି ଅଣାୟତ୍ତ ଆଡକୁ ଯାଉଛି। କାରଣ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି। ଆମେ ଯଦି ଆମ ଦେଶ କଥା ବିଚାର କରିବା ତାହେଲେ ତୁଳନାତ୍ମକ ଭାବେ ଭଲ ସ୍ଥିତିରେ ରହିଛେ ବୋଲି ଭାବିବାକୁ ହେବ। ଏସବୁ ସତ୍ତ୍ବେ ଆମ ଦେଶର ଲୋକସଂଖ୍ୟା, ଲୋକସଂଖ୍ୟାର ଘନତ୍ବ ଓ ସର୍ବୋପରି ସ୍ବାସ୍ଥ୍ୟ ବ୍ୟବସ୍ଥା ଦୁର୍ବଳ ଥିବାରୁ ମନରେ ଅନେକ ଆଶଙ୍କା ଉପୁଜିଛି। ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରାୟତଃ ଅଧିକାଂଶ ରାଜ୍ୟ ସରକାର ସେମାନଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନେଇ ବିଭିନ୍ନ ରାଜ୍ୟକୁ ଲକଡାଉନ୍‌ ଘୋଷଣା କରିବା ସହ କେତେକ ରାଜ୍ୟ କର୍ଫ୍ୟୁ ଜାରି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ