ସାରୁକୋଣା ଶାସନ ଗ୍ରାମରେ ପାରିବାରିକ କଳହରୁ ପିଟାମରା ଲାଗି ଜଣେ ମୃତ
ହାଟଡିହିି, (ବିକାଶ ବିଶ୍ୱାଳ):ସୋସୋ ଥାନା ବାଲିବରେଇ ପଞ୍ଚାୟତ ଅଧିନସ୍ଥ ସାରୁକୋଣା ଶାସନ ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଦୁଇ ପରିବାର ମଧ୍ୟରେ ପିଟାମରା ଲାଗି ଜଣେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ପଦ୍ମନାଭ ମହାନ୍ତି (୬୦) ବୋଲି ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ପଦ୍ମନାଭଙ୍କ ପରିବାର ସହିତ ଗ୍ରାମର ଅନ୍ୟ ଏକ ପରିବାର ମଧ୍ୟରେ ଝଗଡା ଲାଗିଥିଲ । ପରେ ଏହା ସଂଘର୍ଷର ରୁପ ନେଇଥିଲା । ଏଥିରେ ପଦ୍ମନାଭଙ୍କ ମୁଣ୍ଡରେ ଶକ୍ତ ଅ୍ରାଘାତ ଲାଗିଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ସୋସୋ ଥାନାରେ ଅଭିଯୋଗ ହୋଇ ନଥିବା ପୁଲିସ କହିଛି ।