ସାର୍ଥା ପଞ୍ଚାୟତରେ ସଦର ବିଜେପିର ‘ମହା ମିଶ୍ରଣ ପର୍ବ’
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାର୍ଥା ପଞ୍ଚାୟତର ଗନ୍ଧିଆ ଗ୍ରାମରେ ସଦର ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସାର୍ଥା ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସ ଦଳର ନେତା ଏବଂ କର୍ମୀ ଦଳ ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ଦଳରେ ସାମିଲ କରାଯାଇଥିଲା । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ତଥା ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ସଦର ନେତା ମାନସ କୁମାର ଦତ୍ତଙ୍କ ଦୃଢ କାର୍ଯ୍ୟଦକ୍ଷତା ଏବଂ ନେତୃତ୍ୱ ଉପରେ ଭରସା ରଖି ସୁପ୍ରକାଶ ମଣ୍ଡଳ, ସୁକୁମାର ମଣ୍ଡଳ, ଦେବଦୁଲାଲ ଗିରି, ତପନ ମଣ୍ଡଳ, ଆନନ୍ଦ ମାଇତି, ଆଶୁତୋଷ ମଣ୍ଡଳ, ସୁଖଦେବ ଦାସ, ପ୍ରଦୀପ ମାନ୍ନା, ମୁକ୍ତେଶ୍ୱର ଖମାରୀ, ପଞ୍ଚାନନ ମଣ୍ଡଳ, ରବୀନ୍ଦ୍ର ମାଇତି, ଉତ୍ତମ ବର, ମହାନନ୍ଦ ବର, ସୁଧୀର ଦାସ, ମୃତ୍ୟୁଞ୍ଜୟ ମଣ୍ଡଳ, ସଦୟ ମଣ୍ଡଳ, ଦିଲ୍ଲୀପ ମଣ୍ଡଳ, ରୁଦ୍ରନାରାୟଣ ମଣ୍ଡଳ, ମନୋରଞ୍ଜନ ମଣ୍ଡଳ, କାର୍ତ୍ତିକ ମଣ୍ଡଳ, ଅଭିନ ମଣ୍ଡଳ, ଦୀପକ ମଣ୍ଡଳ, ଶୁଭଙ୍କର ମଣ୍ଡଳ, ବାଦଲ ଗିରି, ବାସୁଦେବ ଗିରି, ବୁଦ୍ଧଦେବ ଦାସ, ବାସୁଦେବ ବାରୋଇ, ମୁଦଲ ମଣ୍ଡଳ, ତାରାପ୍ରଦ ମଣ୍ଡଳ, ସପନ ମଣ୍ଡଳ, ଝାଡେଶ୍ୱର ମଣ୍ଡଳ ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ଆଜି ଓଡିଶାରେ ଜନସାଧାରଣ ବିଜୁ ଜନତା ଦଳର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଲେଣି । ଦୀର୍ଘ ୨୩ ବର୍ଷ ଶାସନରେ ଆଜି ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ଗତ ଉପନିର୍ବାଚନରେ ବାଲେଶ୍ୱର ଦାୟିତ୍ୱ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଆଜି ପାଣିର ଗାର ସଦୃଶ ବୋଲି ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତା ମାନେ ପରିପ୍ରକାଶ କରିଛନ୍ତି । ଆଜି ସମସ୍ତଙ୍କର ଯୋଗଦାନ ପ୍ରମାଣିତ କରୁଛି ଯେ ପ୍ରଧାନମନ୍ତ୍ରୀ ପ୍ରତି ଲୋକମାନଙ୍କର ଆସ୍ଥା ଓ ସାମାଜିକ ନେତୃତ୍ୱର ବିଶ୍ୱାସ ବୃଦ୍ଧି ପାଉଛି । ଦଳରେ ମିଶିଥିବା ଅନୁଭବୀ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ବୁଥ ସ୍ତରରେ ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ଅଧିକ ସୁଦୃଢ କରିବା ସହିତ ଅଧିକରୁ ଅଧିକ ଜନତାଙ୍କ ଆସ୍ଥାଭାଜନ ହେବାରେ ସହାୟକ ହେବ ବୋଲି ସଦର ନେତା ମାନସ ଦତ୍ତ ମତପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ପଞ୍ଚାୟତ ସଭାପତି ଅରବିନ୍ଦ ଜେନା, ଭୂଦେବ ସାହୁ, ବିଷ୍ଣୁ ଧିଣ୍ଡା, ମଣ୍ଡଳ ସଭାପତି ବିଜୟ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ପ୍ରହଲ୍ଲାଦ ବେହେରା, ସୀତାକାନ୍ତ ସ୍ୱାଇଁ, ଉପେନ୍ଦ୍ର ଶତପଥୀ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ସଚିନ ପାଞ୍ଚାଙ୍କ ସହିତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।