ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯାପିତ
ଭଞ୍ଜନଗର- ଶୁକ୍ରବାର ଡୁମାକୁମ୍ପା କ୍ଳଷ୍ଟର ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ବାଳିକାଙ୍କ ଆତ୍ମ ସୁରକ୍ଷା ତାଲିମ ଆଜି ଅପରାହ୍ଣରେ ଉଦଯାପିତ ହୋଇଯାଇଛି । ଏଥିରେ କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଗଣ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଉପସ୍ଥିତ ବାଳିକାମାନଙ୍କୁ ନିଜର ସୁରକ୍ଷା ନମିତ୍ତ ଆବଶ୍ୟକୀୟ ସମୟରେ ଶିଖି ଥିବା ଜ୍ଞାନ କୌଶଳ ବ୍ୟବହାର କରିବା ସହ ପ୍ରତିଦିନ ଏହି ଅଭ୍ୟାସ ଜାରୀ ରଖିବା କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ପ୍ରତି ଶନିବାର ବ୍ୟାୟାମ ପରିୟଡ ରେ ଏହି ଅଭ୍ୟାସ ଜାରିରଖି ଅନ୍ୟ ସମସ୍ତ ବାଳିକାଙ୍କୁ ଶିକ୍ଷାଦେବା ସହ ବାଳିକାଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାକୁ ସି.ଆର୍.ସି.ସି ପରାମର୍ଶ ଦେଇଥିଲେ । ପ୍ରଶିକ୍ଷିକା ରୂପେ ପି.ଇ.ଟି ଶିକ୍ଷକ ଶାନ୍ତିଲତା ପ୍ରଧାନ ଓ ଯାଜ୍ଞସେନୀ ରାଉତ ଯୋଗଦେଇ ଦୀର୍ଘ ଆଠ ଦିନ ଧରି ପିଲାଙ୍କୁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ଶିକ୍ଷାଦାନ କରିଥିଲେ ଏଣୁ ବିଦ୍ୟାଳୟ ତରଫରୁ ସେ ଦୁହିଁଙ୍କୁ ଧନ୍ୟବାଦ ଦିଆଯାଇଥିଲା । ପରିଶେଷରେ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ ପରେ କାର୍ୟ୍ୟକ୍ରମ ର ସମାପ୍ତି ଘୋଷଣା କରାଯାଇଥିଲା । ପ୍ରଧାନ ଶିକ୍ଷକ ଭଞ୍ଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


