ସାହାଯ୍ୟକାରୀ ‘ଅଖିଳେଶ କୁମାର’
ଦୁନିଆରେ ଏମିତି କିଛି ଲାକ ଅଛନ୍ତି, କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ । ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ । ସେହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ଅଖିଳେଶ କୁମାର । ସେ ଏମିତି କିଛି କରିଛନ୍ତି, ଯାହା ଶୁଣିଲେ ତାରିଫ ନ କରି ରହିପାରିବେନି । ଆସନ୍ତୁ ଜାଣିବା କ’ଣ କରନ୍ତି ସେ । ଅଖିଳେଶ ପ୍ରତିଦିନ ରାତିରେ କେରଳର ମଲ୍ଲାପୁରମ୍ ସ୍ଥିତ ସବ୍ରିନା ହୋଟେଲକୁ ଖାଇବା ପାଇଁ ଯାଇଥାନ୍ତି । ଏହି ଅବସରରେ ହୋଟେଲ ବାହାରେ ଥିବା କିଛି ପିଲାଙ୍କ ଉପରେ ତାଙ୍କର ନଜର ପଡ଼ିଲା । ଏହା ପରେ ଅଖିଳେଶ ସେହି ପିଲାମାନଙ୍କୁ ଭିତରକୁ ଡାକିଲେ । ସେମାନେ ଭିତରକୁ ଆସିବା ପରେ କ’ଣ ଖାଇବ ବୋଲି ଅଖିଳେଶ ପଚାରିଲେ । ପିଲାମାନେ ଟେବୁଲ ଉପରେ ଥିବା ଖାଦ୍ୟଥାଳିକୁ ହାତ ଠାରିଲେ । ସେ ତୁରନ୍ତ ସେମାନଙ୍କ ପାଇଁ ଖାଇବା ମଗାଇଲେ । ସେମାନଙ୍କୁ ସେ ଖୁଆଇ ମଧ୍ୟ ଦେଲେ । ପିଲାମାନେ ଖାଇସାରି ମନଖୁୁୁୁୁୁୁୁୁୁୁୁୁୁୁୁସିରେ ଗଲେ । ୱେଟରଙ୍କୁ ଅଖିଳେଶ ଡାକି ବିଲ୍ ଆଣିବା ପାଇଁ କହିଲେ । ବିଲ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅଖିଳେଶ । ଜାଣନ୍ତି ବିଲ୍ କେତେ ଥିଲା! ବିଲ୍ରେ ଲେଖାଥିଲା- “ଆମ ପାଖରେ ଏମିତି କିଛି ମେସିନ୍ ନାହିଁ, ଯାହା ମାନବିକତାର ବିଲ୍ କରିବ । ଖୁସିରେ ରୁହନ୍ତୁ ।’ ଏହା ଦେଖି ଅଖିଳେଶଙ୍କ ଆଖି ନରମିଗଲା । ସେ ଏହି ବିଲ୍ଟିକୁ ତାଙ୍କ ଫେସବୁକ୍ରେ ଶେୟାର କରିଛନ୍ତି । ଏହାକୁ ଅନେକ ୟୁଜର୍ସ ଲାଇକ୍ କରିବା ସହ ଶେୟାର ମଧ୍ୟ କରିଛନ୍ତି ।