ସମୁଦ୍ରରୁ ଆବର୍ଜନା ସଫା କରିବ ପାଇପ୍

ସମୁଦ୍ରରେ ପ୍ଲାଷ୍ଟିକ ଆବର୍ଜନା ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗବେଷକମାନେ ଏହାକୁ ସଫା କରିବା ପାଇଁ ଉପାୟ ବାହାର କରିଛନ୍ତି । ନେଦରଲାଣ୍ଡର ଓସେନ କ୍ଲିନଅପ୍ ଫାଉଣ୍ଡେସନ ପକ୍ଷରୁ ଏହି ପଦକ୍ଷେପ ଆରମ୍ଭ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର କାରିଗରୀ କୌଶଳ ପ୍ରୟୋଗ କରାଯାଇଛି । ପ୍ରାୟ ୨ ହଜାର ଫୁଟ ଲମ୍ବର ଏକ ପାଇପ୍ ଇଂରାଜୀ ଅକ୍ଷର ‘ୟୁ’ ଆକାରରେ ସମୁଦ୍ରରେ ବିଛାଯିବ । ପାଇପ୍ରୁ ୩ ମିଟର ଲମ୍ବର ଜାଲି ପାଣି ଭିତରକୁ ଝୁୁଲି ରହିବ । ଭାସମାନ ପ୍ଲାଷ୍ଟିକ ଆବର୍ଜନା ସେଥିରେ ଲାଗି ରହିବା ପରେ ତାକୁ ସଂଗ୍ରହ କରାଯାଇ ଜାହାଜରେ ଅଣାଯିବ । ପ୍ରଶାନ୍ତ ମହାସାଗର ଏହି ନୂଆ ଉପାୟରେ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ