ସାହାରାରେ ଟଙ୍କା ବାନ୍ଧି ନିରାଶ ହୋଇ ଆତ୍ମହତ୍ୟା କରିବାର ଧମକ ଦେଲେ ବରଙ୍ଗ ଗ୍ରାମର ମହିଳା

ଛତ୍ରପୁର, (ଦେବଦତ୍ତ ମହାରଣା) :ସାହାର ଇଣ୍ଟିଆରେ ଟଙ୍କା ବାନ୍ଧି ନିଜ ପରିପକ୍ୱ ରାଶି ନ ପାଇ ଶେଷରେ ନିରାଶ ହୋଇ ବୁଧବାର ଛତ୍ରପୁର ସାହାରା ଇଣ୍ଡିଆ କାର୍ଯ୍ୟାଳୟକୁ ଆସି ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି ଛତ୍ରପୁର ବ୍ଲକ ଅନ୍ତର୍ଗତ ବରଙ୍ଗ ଗ୍ରାମର ମହିଳା ସରୋଜା ନାହାକ । ତାଙ୍କ କହିବାନୁସାରେ ସରୋଜା ଗତ ୨୦୦୯ ମସିହାରେ ସାହାରା ଇଣ୍ଡିଆ କମ୍ପାନୀରେ ୮ ହଜାର ଓ ୭ ହଜାର ଟଙ୍କା ବାନ୍ଧି ଦୁଇଟି ଖାତା ଖୋଲିଥିଲେ । ଯାହାକି, ୨୦୧୯ ମସିହାରେ ୨୧ ହଜାର ୭୦୦ ଓ ୨୪ ହଜାର ୮୪୯ ଟଙ୍କା ମିଳିଥାନ୍ତା । କିନ୍ତୁ, କମ୍ପାନୀର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ତାଙ୍କ ଟଙ୍କା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ବର୍ତ୍ତମାନ ସେ ତାଙ୍କ ଝିଅର ବିବାହ କରିବା ପାଇଁ ଅର୍ଥ ଆବଶ୍ୟକ ପଡିବାରୁ ସେ ଦୀର୍ଘ ୩ ମାସ ହେଲା ଛତ୍ରପୁର ସ୍ଥିତ ସାହାରା କାର୍ଯ୍ୟାଳୟକୁ ଧାଇଁ ଧାଇଁ ବହୁବାର କାର୍ଯ୍ୟାଳୟର ଶାଖା ପରିଚାଳକଙ୍କ ସମେତ ବହୁ କର୍ମଚାରୀଙ୍କୁ ଜଣାଇବା ପରେ ନୟାନ୍ତ ହୋଇ ଶେଷରେ ଆଜି ନିରାଶ ହୋଇ କାର୍ଯ୍ୟାଳୟକୁ ଆସି ହାତରେ ରଶି ଧରି ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଛନ୍ତି । ସେହିପରି ଚିକଲଖଣ୍ଡି ଗ୍ରାମର ଡି. କାନ୍ତାମ୍ମା ମଧ୍ୟ ୨୦୧୮ ମସିହାରେ ୩୩ ହଜାର ଟଙ୍କା ବାନ୍ଧିଥିଲେ । ୨୦୨୦ ମସିହାରେ ସେ ୩୮ ହଜାର ଟଙ୍କା ପାଇବା ପାଇଁ ଥିଲେ ସୁଦ୍ଧା ତାଙ୍କ ଟଙ୍କା ମିଳିନଥିବାରୁ ସେ ଆଜି କାର୍ଯ୍ୟାଳୟରେ ପହଂଚି ହୋହାଲ୍ଲା କରିଥିଲେ । ଅନ୍ୟପକ୍ଷରେ ସାହାରାର ରିୟଲ ଷ୍ଟେଟ ଶୁଣାଣୀ ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି । ଏଣୁ ଏମାନଙ୍କ ଏହି ପରିପକ୍ୱ ରାଶି ଏମାନଙ୍କୁ ପ୍ରଦାନ କରିପାରୁନାହିଁ ବୋଲି ସାହାରା ଇଣ୍ଡିଆ ଛତ୍ରପୁର ଶାଖା ପରିଚାଳକ ସୁଶୀଲ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ