ସାହାସପୁର ଗୁହାଳଘର ପୋଡ଼ି ରେ ଜଳିଗଲା ଗାଈ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ସାନଖେମୁଣ୍ଡି ତହସିଲ୍ ଅନ୍ତର୍ଗତ ସାହାସପୁର ଗ୍ରାମରେ ଆଜି ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ଗୁହାଳ ଭସ୍ମୀଭୂତ ହେବାସହ ଗୋଟିଏ ଗାଈ ଜୀବନ୍ତ ଦଗ୍ଧିଭୂତ ହୋଇଛି ଓ ଦୁଇଟି ଗାଈ ନିଆଁ ରେ ପୋଡ଼ି ଆହତ ହୋଇଥିବା ଜଣାପଡିଛି । ଆଜି ଅପରାହ୍ନ ଦୁଇଟାବେଳେ ଏକ ଅଭାବନୀୟ ଘଟଣାକ୍ରମେ ଜି ପଦ୍ମା ପାତ୍ରଙ୍କ ଘର ସମେତ ସିତାରାମ ଦୋରା ତ୍ରିପତି ଦୋରା କାଳିଆ ଦୋରା ଙ୍କ ଗୁହାଳ ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ରେ ସେମାନଙ୍କ ଗୋଟିଏ ଗାଈ ମୃତ ଓ ଦୁଇଟି ଗାଈ ଆହତ ହୋଇଥିଲେ । ଗୁହାଳରେ ଥିବା ପାୱାର ଟ୍ରଳି କୃଷି ସରଞ୍ଜାମ ସମେତ ପଦ୍ମା ପାତ୍ର ରଖିଥିବା ଚାଉଳ ଘର ସରଞାମ ଅମଳ ଧାନ ସବୁ ଭସ୍ମୀଭୂତ ହୋଇଛି । ଗ୍ରାମବାସୀଙ୍କ ସମେତ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ନିଆଁ କୁ ଆୟତ କରିଥିଲେ। ଅଗ୍ନି ଦୁର୍ଗତଙ୍କ ନିକଟରେ ସାଂସଦ ପ୍ରମିଳା ବିଶୋଇ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ପହଞ୍ଚି ଥିବା ବେଳେ ସାନଖେମୁଣ୍ଡି ତହସିଲଦାର ଡ ଶ୍ରୀନିବାସ ବେହେରା ଘଟଣା ସ୍ଥଳରେ ପହଞ୍ଚି ସୀତାରାମ ଦୋରା ଙ୍କୁ ରେଡକ୍ରସ୍ ରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି କାଳୀଚରଣ ରାଉଳ, ନାଏବ ସରପଞ୍ଚ ସୁଶାନ୍ତ ବାଡତ୍ୟା, ଏ କୈଳାଶ ପାତ୍ର ଗୋପାଳ ରାଉଳ ପ୍ରମୁଖ ଉପସ୍ଥିତ ବିପନ୍ନ ଙ୍କୁ ସହଯୋଗ ରହି ସମସ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ