ସାହାସପୁର ଗ୍ରାମରେ ଆଜାଦୀ କି ଅମୃତ ମହୋତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମରେ ପାରାଦୀପ ଫସଫେଟ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଜୟ ଜବାନ, ଜୟ କିଷାନ ଦିବସ ପାଳିତ ହୋଇଯାଇଛି । ସାହାସପୁରର ଲକ୍ଷ୍ମୀ ନାରାୟଣ ଫର୍ଟିଲାଇଜର ସେଣ୍ଟରର ନିର୍ମଳ କୁମାର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିପିଏଲର ଆଞ୍ଚଳିକ ପ୍ରବନ୍ଧକ ସତ୍ୟନାରାୟଣ ମେହେର, ବଜାର ସଂପ୍ରସାରଣ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାପାତ୍ର, କନିଷ୍ଠ କ୍ଷେତ୍ର ବିଜ୍ଞାନୀ ଅଭୟ କୁମାର ବରାଳ ପ୍ରମୁଖ ଯୋଗଦେଇ କୃଷକମାନଙ୍କୁ ଉନ୍ନତମାନର ଚାଷ ସମ୍ପର୍କିତ ଜ୍ଞାନ କୈାଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ଭାରତୀୟ ସୈନ୍ୟ ବିଭାଗର ପ୍ରାକ୍ତନ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସୁନିଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ