ବାବାଜୀ ବେହେରାଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜୟୀପୁରା ଗ୍ରାମର ବାବାଜୀ ବେହେରାଙ୍କର ୯୩ବର୍ଷ ବୟସରେ ତାଙ୍କ ବାସଭବନରେ ରବିବାର ସନ୍ଧ୍ୟାରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ଶଶିକାନ୍ତ ବଳ, ରକିବୁର ରହେମାନ, ସାମ୍ବାଦିକ ସାବିର ଖାନ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ଜଣେ ମେଳାପି, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବରେ ପରିଚିତ ଥିଲେ । ସ୍ୱର୍ଗତ ବେହେରା ଯାତ୍ରା ପାର୍ଟିର ଜଣେ କଳାକାର ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ମୁରଲୀ ମୁଖାଗ୍ନି ଦେଇଥିଲେ । ଅନ୍ୟ ତିନି ପୁଅଙ୍କ ସମେତ ବନ୍ଧୁ ଓ ପରିବାର ସ୍ୱଜନମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ