ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହଲପଡ଼ା ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲା ଗୋପ ବ୍ଳକ ମହଲପଡା ପଞ୍ଚାୟତର ମହଲପଡା, ଆମ୍ୱିଳି ଗାଁ, ଓ ସାନକୁନ୍ଦୁରା ଗ୍ରାମବାସୀ ଙ୍କ ଦ୍ଵାରା ୧ ହଜାର ଆମ୍ବ ଗଛ ରୋପଣ କରାଯାଇଛି। ବର୍ଷା କିପରି ହେବ, ଜୀବଜନ୍ତୁ କିପରି ଛାଇ ଟିକେ ପାଇବା ସହ ଚଢେଇ ମାନେ ନିଜର ବସ°ବିସ୍ତାର ଓ ବାତ୍ୟା ,ବନ୍ୟା ସମୟରେ ଚାଳ ଛପର ଗୁଡ଼ିକୁ କିପରି ରକ୍ଷା କରାଯାଇପାରିବ ସେଥିପାଇଁ ଭୁବନେଶ୍ୱର ସାହା ଚାରିଟେବୂଲୁ ଟ୍ରଷ୍ଟ ପକ୍ଷରୁ ୧ହଜାର ଆମ୍ବଗଛ ଗ୍ରାମର ବୃଦ୍ଧ ଠାରୁ ଯୁବକ ମାନଙ୍କ ଦ୍ଵାରା ଲଗାଯାଇଅଛି । ନିଜ ଗ୍ରାମକୁ ପ୍ରବଳ ଖରା ଓ ଗୁଳିଗୁଳିରୁ ବଞ୍ଚାଇବା ପାଇଁ କରିଛନ୍ତି ଏକ ଭିନ୍ନ ପ୍ରୟାସ। ଗଛ କାଟିବା ଦ୍ବାରା ପରିବେଶ ହେଉଛି ଦୁଷିତ ,ଆଗାମୀ ୨୦୨୪ରେ ଆଉରି ହେବ ଭୟଙ୍କର ଖରା, ଅଗ୍ନି ବର୍ଷାରେ ଜଳିବ ଓଡିଶା ଯାହା ଭୂବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । ନିଜେ ନିଜକୁ ସୁରକ୍ଷା ପାଇଁ ଗଛଟିଏ ମୂଲ୍ୟବାନ। ପ୍ରତ୍ୟକ ପରିବାର ରେ ଗୋଟିଏ ଲେଖାଏ ଆମ୍ବ ଗଛ ରୋପଣ କରିବା ପାଇଁ ବାବା ପରାମର୍ଶ ଦେଇଛନ୍ତି । ପ୍ରତ୍ୟକ ଦିନ ଗ୍ରାମର ଜଣେ ପାଳିକରି ଗଛରେ ପାଣି ଦେବାସହ ଗଛ ବଞ୍ଚାଇବା ପାଇଁ ନିସ୍ପତି ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାହା ଚାରିଟେବୁଲ ଟ୍ରଷ୍ଟ ର ସାଧୁ ଜିବନ ବାବା ମହଲପଡ଼ା ପଞ୍ଚାୟତ ର ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ, ସମିତି ସଭ୍ୟ ବିଜୟ କୁମାର ନାୟକ, ବାବୁନି, ସୁଜିତ୍, ରମା,କାଳିଆ, ଜଗନ, ରାନା, ଜଗନ୍ନାଥ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥଲେ।