ସାହିତ୍ୟ ସଂସଦର ଶାରଦୀୟ ଆସର

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଶାରଦା ବିଦ୍ୟାମନ୍ଦିର ଠାରେ ସାହିତ୍ୟ ସଂସଦର ଶାରଦୀୟ ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ନଟବର ରାଉଳ, ଅଧ୍ୟାପକ ଭରତ ଚନ୍ଦ୍ର କରଣ, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର, ଶିକ୍ଷକ ପୁରୁଷୋତ୍ତମ ଧଳ ପ୍ରମୁଖ ଯୋଗଦେଇ ନୂତନ ପୀଢିର ସାହିତ୍ୟିକ ମାନେ ସମସ୍ୟା ବହୁଳ ମାଟିର କଥାକୁ ଲେଖିବା ପାଇଁ ଆହ୍ୱାନ ଦେଇଥିଲେ । ସଂସଦର ସମ୍ପାଦକ ପବନ କୁମାର ନାୟକ ଅତିଥିପରିଚୟ ପ୍ରଦାନ କରିଥିବାବେଲେ କବି ରାଜେଶ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ସାହିତ୍ୟ ଆସର ବୈଠକରେ କବି ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ରମାକାନ୍ତ ବେହେରା, ଜଗନ୍ନାଥ ସାମଲ, ଅନୁସୟା ସାହୁ, ମୂରଲୀଧର ଦାସ, ବିଶ୍ୱରଞ୍ଜନ ଷେଣ୍ଢ, ବିନୋଦ ବାରିକ, ଘନଶ୍ୟାମ ସ୍ୱାଇଁ, ଶଶାଙ୍କ ଶେଖର ପଣ୍ଡା, ରାଜେଶ ବାରିକ, ଉପେନ୍ଦ୍ର ପରିଡା, ପ୍ରଦ୍ୟୁମ୍ନ ଶଙ୍ଖୁଆ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଦିଲ୍ଲିପ ଜେନା, କେଶବ ଚନ୍ଦ୍ର ସେଠୀ, ରାଘବ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ