ସାହିତ୍ୟ ସୃଜନୀ ଉତ୍ସବ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ନାସିକେଶ୍ୱର ଗ୍ରାମ ସ୍ଥିତ ନାଟେଶ୍ୱର ପ୍ରାଚୀ ବିଦ୍ୟାପୀଠ ପରିସର ରେ ସାହିତ୍ୟ ସୃଜନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଜ ନିଜ ର ସୃଜନ ଶୀଳତା ର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଏହି ଉତ୍ସବ ରେ ଅତିଥି ଭାବେ ନାଶିକେଶ୍ୱର ପଞ୍ଚାୟତ ର ସରପଞ୍ଚ ଲଷ୍ମୀପ୍ରିୟା ଦୀକ୍ଷିତ,ବ୍ୟଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ, ସମାଜସେବୀ ବିଚିତ୍ରା ନନ୍ଦ ବେହେରା, ପ୍ରସନ ରାଉତ, ବିଦ୍ୟାଳୟ ର ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥ,ସଂସ୍କୁତ ଶିକ୍ଷକ ଭ୍ରମର ବର ସାହୁ ଓ ମୁନା ରାଉତ ପ୍ରମୁଖ ଯୋଗଦାନ କରି ସାହିତ୍ୟ ସୃଜନୀ ସମ୍ପର୍କ ରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ ।ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ପର୍ଶୁରାମ ଖଟୋଇ,ରଞ୍ଜନ କୁମାର କର,ଜିତେନ୍ଦ୍ର ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।


