ସାହି ଭାରତର ଟେକ୍ସଷ୍ଟାଇଲ ଭିଜନକୁ ନେଇ ଶିଳ୍ପ ଜଗତର ନେତୃବୃନ୍ଦଙ୍କ ସହିତ ସାମିଲ ହୋଇଛି

ନୂୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ସାହି ଏକ୍ସପୋର୍ଟ, ଭାରତର ଏକ ଅଗ୍ରଣୀ ଆପାରେଲ ଉତ୍ପାଦନକାରୀ ଏବଂ ରପ୍ତାନୀ ପ୍ରତିଷ୍ଠାନ ଭାବରେ ଭାରତ ସରକାରଙ୍କ ଭିଜନ ୨୦୪୭ ଗୁରୁତ୍ୱପୂର୍ଣ୍ଣତାକୁ ଅନୁମୋଦିତ କରିଛି । ଏହି ଦୂରଷ୍ଟିତାର ଲକ୍ଷ୍ୟ ଭାରତକୁ ବିଶ୍ୱସ୍ତରୀୟ ଟେକ୍ସଷ୍ଟାଇଲ ପାୱାରହାଉସ ଭାବରେ ପ୍ରତିଷ୍ଠା କରିବା ସହିତ ଟେକ୍ସଷ୍ଟାଇଲ ରପ୍ତାନୀ କ୍ଷେତ୍ରରେ ୬୦୦ ବିଲିୟନ ଡ଼ଲାରର ରେକର୍ଡ଼ ପ୍ରତିଷ୍ଠା । ଏହି ଦୂରଦୃଷ୍ଟିତା ସହିତ ନିଜକୁ ସାମିଲ କରି, ସାହି ନିଜର ଉପାର୍ଜନକ୍ଷମ ରପ୍ତାନୀ, ନବୀନତମ ତଥା କାର୍ଯ୍ୟସ୍ଥଳୀ ବିକାଶକୁ ଗୁରୁତ୍ୱ ଦେବା ସହିତ ବିଶ୍ୱସ୍ତରର ମାନକରେ ପରିବର୍ତ୍ତନ ଆଣିପାରିଛି ।ହରିଶ ଆହୁଜା, ପରିଚାଳନା ନିର୍ଦ୍ଦେଶକ ଏବଂ ସାହି ଏକ୍ସପୋର୍ଟ ପରିଚାଳନା କମିଟିର ଅଧ୍ୟକ୍ଷ,ମତବ୍ୟକ୍ତ କରି କହିଛନ୍ତି, “ଭାରତର ଟେକ୍ସଷ୍ଟାଇଲ କ୍ଷେତ୍ରର ଭବିଷ୍ୟତ ସହଭାଗୀତା, ନବୀନତମ ତଥା ଉପାର୍ଜନ କ୍ଷମତା ଉପରେ ପ୍ରତିଷ୍ଠିତ । ଭାରତ ଟେକ୍ସ ଭଳି ମଞ୍ଚ ଏହାକୁ ଏକ ମୂଲ୍ୟବାନ ସୁଯୋଗ ଯୋଗାଇବା ସହିତ ଶିଳ୍ପ ତଥା ଏ ସମ୍ବନ୍ଧୀୟ ନୀତିନିର୍ଦ୍ଦାରଣ କାର୍ଯ୍ୟରେ ସମ୍ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ସହଯୋଗ ପ୍ରଦାନ କରିବ । ଆମେ ସରକାରଙ୍କର ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏଭଳି ଏକ ଦୂରଦୃଷ୍ଟି ସମ୍ପନ୍ନ ପ୍ରଦାନ କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରୁଅଛୁ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ