ସାହେବ କେନାଲ ପୁନଃରୁଦ୍ଧାର ପାଇଁ ଉଠିଲା ଦାବୀ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକରେ ସମୁଦ୍ର ଓ ଚିଲିକାକୁ ସଂଯୋଗ କରୁଥିବା ପାଲୁର ସାହେବ କେନାଲର ଦୀର୍ଘ ଦିନ ହେଲା ପୁନଃରୁଦ୍ଧାର କରାଯାଉ ନାହିଁ। ଫଳରେ ଏହି କେନାଲରେ ଠିକ ରୂପେ ଆଉ ପାଣି ପ୍ରବାହିତ ହେଉନି। ଫଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ପୁନଃରୁଦ୍ଧାର ନହେବା ଦ୍ଵାରା ଖରା ଦିନେ ଠିକ ରୂପେ ସମୁଦ୍ରରୁ ଲୁଣି ପାଣି ଆସୁନି।ଗଂଜାମ ନିକଟସ୍ଥ ବଙ୍ଗୋପସାଗ ଏବଂ ଋଷିକୁଲ୍ୟା ମୁହାଣ ନିକଟରୁ ଚିଲିକାକୁ ସଂଯୋଗ କରୁଥିବା ପାଲୁର ସାହେବ କେନାଲ ପ୍ରାୟ ୧୨ କିଲୋ ମିଟର ପର୍ଯ୍ୟନ୍ତ ଲମ୍ଭିରହିଛି। ବ୍ରିଟିଶ୍ ଶାସନ କାଳରେ ଖନନ ହୋଇଥିବା ଏହି କେନାଲ ତାଙ୍କ ନାମ ଅନୁଯାୟୀ ସାହେବ କେନାଲ ନାମକରଣ ହୋଇଥିବା କୁହାଯାଏ । ସ୍ୱାଧୀନତା ପୂର୍ବରୁ ଖନନ ହୋଇଥିବା ଏହି କେନାଲ ଆଜି ପୋତି ହୋଇଗଲାଣି । ଯାହାକି ଲୁଣ ଉତ୍ପାଦନ ଠିକ ଭାବେ ହେଉନି କି ବର୍ଷା ଦିନେ ଅଧିକ ବର୍ଷା ହେଲେ ତାହା ଚାଷ ଜମିରୁ ଜଳ ନିଷ୍କାସନ ମଧ୍ୟ ଠିକ ରୂପେ ହେଉନି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି। ସୂଚନା ଅନୁଯାୟୀ ଏହି କେନାଲକୁ ଜୁଆର ସମୟରେ ସମୁଦ୍ରରୁ ପାଣି ଆସିଥାଏ। ଖରା ଦିନେ ସେହି ପାଣି ଲୁଣ ଜମିକୁ ନିଆଯାଇ ଥାଏ। ଫଳରେ ଲୁଣ ଉତ୍ପାଦନ ହୋଇଥାଏ। ଅନ୍ୟ ପଟେ ଠିକ ଭାବେ ପାଣି ଗଲେ ଏହି କେନାଲରୁ ଛୋଟ ମାଛ,ଚିଙ୍ଗୁଡ଼ି, କଙ୍କଡା ଓ ବିଭିନ୍ନ ପ୍ରକାରର ମାଛ ମାରି ସ୍ଥାନୀୟ ମସ୍ୟଯିବି ନିଜ ପରିବାରର ପେଟପାଟଣା କରୁଥିଲେ । କେନାଲ ପୋତି ହୋଇ ବର୍ତମାନ ଆଉ ସେଭଳି ମିଳୁନି। ଚିଲିକା ଏବଂ ସମୁଦ୍ର ସଂଯୋଗ ହୋଇଥିବା ଏହି କେନାଳକୁ ଆଉ ମାଛ, ଚିଙ୍ଗୁଡ଼ି ଜାଆଁଳା ଆସୁନାହିଁ ବୋଲି ମସ୍ୟଜିବି ମାନେ ଅଭିଯୋଗ କରିଛନ୍ତି । ପ୍ରାୟ ଚାରୋଟି ପଂଚାୟତର ଲୋକମାନେ ଏହି କେନାଲ ଉପରେ ନିର୍ଭର କରୁଥିବା ବେଳେ ଏହାର ପୁନଃରୁଦ୍ଧାର ନ ହେବା ଫଳରେ ଏହି ସବୁ ସମସ୍ୟା ସୃଷ୍ଟି ହେଉଛି । ଯାହାକି ପୋତି ହେବାକୁ ବସିଲାଣି ତେଣୁକରି ଏହାର ପୁନଃରୁଦ୍ଧାର ସହ ଗ୍ରାଡୱାଲ୍ କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।ଦିନ ଥିଲା ଏହି କେନାଲ ଲବଣ ଚାଷୀଙ୍କ ଜିବନ ରେଖା ଥିଲା। ଏହି କେନାଲ ମାଧ୍ୟମରେ ୧୦୦୦ ହେକ୍ଟର ରୁ ଅଧିକ ଲବଣ ଜମିକୁ ଜଳ ଯୋଗାଣ ହେଉଥିଲା। ଗଂଜାମ ବ୍ଲକର ୪ ଟି ପଞ୍ଚାୟତର ୫ ହଜାର ଲବଣ ଚାଷୀ ପ୍ରତ୍ୟେକ ଓ ପରୋକ୍ଷ ଭାବରେ ଉପକୃତ ହେଉଥିଲେ । ସରକାରଙ୍କ ଦୂରଦୃଷ୍ଟି କାରଣରୁ ଆଜି ଲବଣ ଚାଷ ବନ୍ଧ ହୋଇଗଲାଣି । ସାହେବ କେନାଲ ମଧ୍ୟ ପୋତି ହେବାରେ ଲାଗିଲାଣି । ତେଣୁ ଏହାକୁ ପୁନରୁଦ୍ଧାର କରିବା ପାଇଁ ବୁଦ୍ଧି ଯିବି ମହଲରେ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ