ସିଂହଗାଁରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ପଞ୍ଚାୟତରେ ଏକ ନିର୍ବାଚନୀ ବୈଠକ ପଞ୍ଚାୟତ ସଭାପତି ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କହିଲେ ଯେ ଆମେ ବିଧାନସଭା ଯିବା ଲକ୍ଷ୍ୟ ପୁରଣ ପାଇଁ ଆମକୁ ‘କର ବା ମର’ ଆହ୍ୱାନର ସମ୍ମୁଖୀନ ହୋଇଛେ । ସୁତରାଂ ଆମେ ସମସ୍ତେ ଏକାଠି ଲଢି ସିଂହଗାଁ ପଞ୍ଚାୟତରେ କଂଗ୍ରେସ ଦଳକୁ ବିଜୟୀ କରିବାକୁ ସେ ନିବେଦନ କରିଥିଲେ । ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୫୮ଖଣ୍ଡ ଭୋଟରେ ପରାଜିତ ହୋଇଥିଲା । ଏଥର ଯେପରି ସର୍ବନିମ୍ନ ୫୮ଖଣ୍ଡ ଭୋଟରେ କଂଗ୍ରେସର ବିଜୟ ହେବ ସେଥିପାଇଁ ପ୍ରାଣ ମୂର୍ଛା ଉଦ୍ୟମ କରିବା ଜରୁରୀ । ଏହି ବୈଠକରେ ପଞ୍ଚାୟତ କଂଗ୍ରେସ ସଭାପତି ଦୀପକ କୁମାର ନାୟକ, ପୂର୍ବତନ ସରପଞ୍ଚ କାଙ୍ଗାଳୀ ଚରଣ ସେଠୀ, ପୂର୍ବତନ ସଭାପତି ସଞ୍ଜୟ କୁମାର ବେହୁରାଙ୍କୁ ନେଇ ଏକ ତିନିଜଣିଆ ପଞ୍ଚାୟତ ନିର୍ବାଚନ କମିଟି ଗଠିତ କରାଯାଇଥିଲା । ଏତଦ୍‌ବ୍ୟତୀତ ସିଂହଗାଁ ପଞ୍ଚାୟତ ଅନ୍ତର୍ଗତ ୩ଟି ବୁଥ୍ ପାଇଁ ୩ଟି ବୁଥ୍ କମିଟି ଗଠନ କରାଯାଇ ନିର୍ବାଚନ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସିଂହଗାଁ ପଞ୍ଚାୟତକୁ ବ୍ଲକ ଓ ଜିଲ୍ଲା ସଦର ମହକୁମା ସହିତ ସଂଯୋଗ କରୁଥିବା କଣ୍ଟିିଆନାଳ ସେତୁର ମଞ୍ଜୁରୀ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିଥିବାରୁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଅର୍ପଣ କରାଯାଇଥିଲା । ଅ ପ୍ରଭାକର ପାତ୍ର, ବ୍ରଜକିଶୋର ଦାସ, ରମ୍ୟରଞ୍ଜନ ସାମଲ, ମାନସ ରଞ୍ଜନ ସେଠୀ, ପ୍ରଶାନ୍ତ କୁମାର ଦାସ, କାଙ୍ଗାଳି ଚରଣ ସେଠୀ, ରାଜୀବ କୁମାର ସେଠୀ ଓ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ଶ୍ରୀ ବେହେରାଙ୍କ ସମ୍ମାନ ରକ୍ଷା କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସତ୍ୟ ନାରାୟଣ ଦାସ, ରାଜୀବ ସେଠୀ, କଣ୍ଡୁରୀ ସେଠୀ, ମାନସ ସେଠୀ, ପ୍ରକାଶ ମଲ୍ଲିକ, ଉଦୟନାଥ ମଲ୍ଲିକ, ଯୋଗେନ୍ଦ୍ର ମଲ୍ଲିକ, ବସନ୍ତ କୁମାର ସୂତାର, ବିକ୍ରମ ନାୟକ, ଲିପନ ନାୟକ, ଅଜୟ ଦାସ, କେଦାରନାଥ ପଲାଇ, ନରହରି ଦାସ, ସୁମନ୍ତ ଦାସ, ନାରାୟଣ ସେଠୀ, ଦୀପ୍ତିରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ