ସିଂହମର୍ଦ୍ଦନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ କୁଲାଗଡ଼କୁ ହରାଇ ପାଲକଷଣ୍ଢା ଚାମ୍ପିୟନ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମରେ ମାଆ କାଳୀ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଦୁଇଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି ଓ ଏହି ଟୁର୍ଣ୍ଣାମେଣ୍ଟ୍ ର ଉଦ୍ଘାଟନୀ କାର‌୍ୟ୍ୟକ୍ରମରେ ଉଦ୍‌ଘାଟକ ରୂପେ ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ, ସମାଜସେବୀ ମହନ୍ତ ରାମକୃଷ୍ଣ ଦାସ,ଶିଶିର କୁମାର ସ୍ଵାଇଁ,ସୁରେନ୍ଦ୍ର ସ୍ଵାଇଁ, କାହ୍ନୁ ଚରଣ ସ୍ୱାଇଁ, ଗଙ୍ଗାଧର ସ୍ଵାଇଁ, ନାରାୟଣ ସ୍ଵାଇଁ, କୁମର ସ୍ଵାଇଁ, ପୃଥ୍ୱୀରାଜ ସ୍ଵାଇଁ, ସୁବାଷ ସ୍ୱାଇଁ, ଭଜରାମ୍ ପ୍ରଧାନ, ଦିଲ୍ଲୀପ ଜେନା, ନାର୍ସୁ ବେହେରା, ସୁନୀଲ୍ ସ୍ୱାଇଁ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ଓ ପାଲକଷଣ୍ଢା ଏବଂ କୁଲାଗଡ଼ କ୍ରିକେଟ୍ ଟିମ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳା ଯାଇଥିବା ବେଳେ ଏଥିରେ ପାଲକଷଣ୍ଢା ଟିମ୍ କୁଲାଗଡ଼ ଟିମ୍ କୁ ୩୪ ରନ୍ ରେ ପରାସ୍ତ କରି ଚାମ୍ପିୟନ୍ ଟ୍ରଫି ହାତେଇ ନେଇଥିଲା ଓ ଅଧିନାୟକ ନାରାୟଣ ନାୟକଙ୍କ ନେତୃତ୍ୱ ଏବଂ ଯୁବ କ୍ରିକେଟିୟର୍ ମୁନାଙ୍କ ଦ୍ରୁତ ଶତକ ବଳରେ ପାଲକଷଣ୍ଢା ଟିମ୍ ୧୯୫ ରନ୍ କରିଥିବା ବେଳେ ମଦନଙ୍କ ନେତୃତ୍ୱାଧୀନ କୁଲାଗଡ଼ ଟିମ୍ ମାତ୍ର ୧୬୧ ରନ୍ କରିବାକୁ ସକ୍ଷମ ହୋଇଥିଲା ଓ ଉଦ୍ଘାଟନୀ କାର‌୍ୟ୍ୟକ୍ରମରେ ପାଇଲିପଡ଼ା ସମିତିସଭ୍ୟ କେ ରବୀନ୍ଦ୍ର ପାତ୍ର ଅତିଥି ରୂପେ ଯୋଗ ଦେଇ ବିଜେତା ପାଲାକଷଣ୍ଢ ଟିମ୍ କୁ ନଗଦ ୫୦୦୦ ଟଙ୍କା,ବିଜୟୀ ଟ୍ରଫି ଏବଂ ଉପବିଜେତା କୁଲାଗଡ଼ ଟିମ୍ କୁ ନଗଦ ୩୦୦୦ ଟଙ୍କା ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ଓ କୁଲାଗଡ଼ ଟିମ୍ ର ଖେଳାଳୀ ଲିପୁଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ଏବଂ ପାଲକଷଣ୍ଢା ଟିମ୍ ର ଖେଳାଳୀ ମୁନାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ଆଲୋକ ଏବଂ ଅନୀଲ ସ୍ୱାଇଁ ଯଥାକ୍ରମେ ବିଜେତା ଏବଂ ଉପବିଜେତା ଟ୍ରଫିର ପ୍ରାୟୋଜକ ଥିବା ବେଳେ ରାଜେଶ୍ ସ୍ୱାଇଁ ଏବଂ ମିଥୁନ୍ ନାୟକ ଅମ୍ପାୟାର୍ ଦାୟିତ୍ୱ ତୁଲାଇ ଥିଲେ ଓ ମାଆ କାଳୀ କ୍ରିକେଟ୍ କ୍ଲବ୍ ସଦସ୍ୟ ରାଜେଶ୍, ଦୀପକ, ଭୀମ, ଶିଶିର, ଭଗବାନ,ସୌରଭ,ସୁଜିତ୍, ଆଦର୍ଶ, ବାଦଲ, ସରୋଜ, ସୁନୀଲ୍ ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ କୁ ପରିଚାଳନା କରିଥିଲେ ଓ ଏହି ଅବସରରେ ମାଆ କାଳୀ କ୍ରିକେଟ୍ କ୍ଲବ୍ ତରଫରୁ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ପୁଷ୍ପହାର ଏବଂ ଉପଢ଼ୌକନ ପ୍ରଦାନ କରି ସମ୍ୱର୍ଦ୍ଧିତ କରାଯାଇ ପାଛୋଟି ଅଣାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ