ସିଆରସିସିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି କ୍ଳଷ୍ଟରର ପୂର୍ବତନ ସିଆରସିସି ସନ୍ତୋଷ କୁମାର ବିଷୋୟୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ନୂତନ ସିଆରସିସି ସିମାଞ୍ଚଳ ଗୈାଡଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ କ୍ଳଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଙ୍କ ପକ୍ଷରୁ ବଡପଦା ଗ୍ରାମ ସ୍ଥିତ ଶ୍ରୀଉଦୟନାଥ ଶୈବପୀଠ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚଷାନିମଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ହରିବନ୍ଧୁ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ଯୋଗ ଦେଇଥିବା ବେଳେ ଗୋଷ୍ଠୀ କେନ୍ଦ୍ର ସଂଯୋଜକ ତଥା ଏବିଇଓ ବାଳା ମାଝୀ , ଅନ୍ୟତମ ଏବିଓ ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ । ସହକାରୀ ଶିକ୍ଷକ ଶିବରାମ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ନିରଞ୍ଜନ ବିଷୋୟୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶିବ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିବୃନ୍ଦ ପ୍ରତ୍ୟେକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ର ମାନବୃଦ୍ଧି ଉପରେ ଆଲୋକପାତ କରିଥିଲେ। ସେହିପରି କ୍ଳଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟରେ ଯୋଗ ଦେଇଥିବା ନବାଗତ ଶିକ୍ଷକ ଅପନ୍ନା ପତି , ରବି କୁମାର ଦାସ , ଡି. ଅଶ୍ଵିନୀ ପାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସମୟାନୁବର୍ତ୍ତି ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ନିମଖଣ୍ଡିପେଣ୍ଠ ରାଧାମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ ସମେତ କ୍ଳଷ୍ଟର ଅଧିନସ୍ଥ ୧୨ ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।