ସିଏଚ୍. ଟିକରପଡା ଓ ଗୈାଡଗାଁରେ ପ୍ରାକ୍ ନିର୍ବାଚନୀ ହିଂସା : ବିଜେପିର ଧାରଣା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ମାନଙ୍କରେ ବର୍ତ୍ତମାନ ବିଭିନ୍ନ ଦଳପକ୍ଷରୁ ପ୍ରାର୍ଥୀମାନେ ନିଜ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚୌଧୁରୀ. ଟିକରପଡା ଓ ଗୈାଡଗାଁ ପଞ୍ଚାୟତରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିପାରିଛି । ଏନେଇ କେ . ନୂଆଗାଁ ଥାନା ପୋଲିସ ଉଭୟ ଗ୍ରାମରୁ ୩ ବିଜେଡି କର୍ମୀ ଓ ୫ ବିଜେପି କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି । ତେବେ ଆଜି ବିଜେପି କର୍ମୀମାନେ ଦଳୀୟ କର୍ମୀମାନଙ୍କୁ ଅଯଥାରେ ଗିରଫ କରାଯାଇଥିବା ଅଭିଯୋଗରେ ଥାନା ଫାଟକରେ ଧାରଣା ଦେଇଥିଲେ । ଖବରପ୍ରକାରେ, ଗତକାଲି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ହିଁ ସିଏଚ୍ . ଟିକରପଡା ପଞ୍ଚାୟତ ଓ ଗୈାଡଗାଁ ପଞ୍ଚାୟତରେ ବିଭିନ୍ନ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦିତାରୁ ଦୂରେଇ ରହିବାକୁ ଧମକ ଚମକ ଦେଉଥିବା ନେଇ ଉଭୟ ଦଳ ଭିତରେ ରାଜନୈତିକ ଉଷ୍ମତା ଦେଖା ଦେଇଥିଲା । ଯାହାଫଳରେ ଉଭୟ ଗ୍ରାମରେ ଦୁଇଦଳ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣର ହିଂସା ଜଳି ଉଠିଥିଲା । ଏହାପରେ ଉଭୟ ଗୋଷ୍ଠୀ ନୂଆଗାଁ ଥାନାରେ ପହଞ୍ଚି ପରସ୍ପର ବିରୁଦ୍ଧରେ ଏତଲା ଦେବାପରେ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଗୈାଡଗାଁ ର ବିଜେପି କର୍ମୀ ସନ୍ତୋଷ କୁମାର ସାହୁ, ସାଗର ବେହେରା ଓ ବିଜେଡି କର୍ମୀ ଲଣ୍ଡା ସାହୁ ଓ ଭୀମସେନ ସାହୁ ସମେତ ଟିକରପଡା ଗ୍ରାମର ବିଜେପି କର୍ମୀ ପବିତ୍ର ଅଧିକାରୀ , ଅନୀଲ ମିଶ୍ର ଓ ତାଙ୍କ ଭାଇ ସହ ବିଜେଡିର ସନାତନ ସାହୁଙ୍କୁ ଗିରଫ କରିଥିବା ବେଳେ ଆଜି ଥାନା ପୃଥକ ମାମଲା ନଂ ୧୩/୧୪/୧୫/୧୬ ପ୍ରକାରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ତେବେ ଏହି ଘଟଣାକୁ ବିରୋଧ କରି ବିଜେପି ନେତା ଇଂ . ଉତ୍ତମ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଉଭୟ ପଞ୍ଚାୟତର ବହୁ ଦଳୀୟ କର୍ମୀମାନେ ପୋଲିସ ଅଯଥାରେ ଦଳୀୟ କର୍ମୀମାନଙ୍କୁ ଗିରଫ କରିଥିବା ସହ ଏଥିରେ ସଂପୃକ୍ତ ଥିବା କାଳୁଚରଣ ସାହୁ ଓ ପଙ୍କଜ ସାହୁଙ୍କୁ ଗିରଫ ଦାବିରେ ଧାରଣାରେ ବସିଥିବା ଜଣାପଡିଛି । ତେବେ ବିକ୍ଷୋଭ ପ୍ରଦର୍ଶନ ବେଳେ ଏହି ଦୁଇଜଣଙ୍କୁ ଯଦି ଗିରଫ କରାନଯାଏ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଦୃଢ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ