“ସିଏସଆର ହେଲ୍ଥ ଇମ୍ପାକ୍ଟ ଆୱାର୍ଡ ୨୦୧୯”ସମ୍ମାନୀତ ହେଲା ବେଦାନ୍ତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୬ଟି ଗ୍ରାମପଂଚାୟତ ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଲାଞ୍ଜିଗଡ଼, ଛତ୍ରପୁର, ଚମ୍ପାଦେଈପୁର ଇତ୍ୟାଦିରେ ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇଛି । ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା; ୨୮ ଜୁନ, ୨୦୧୯- ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ ରିଫାଇନାରୀ ୟୁନିଟ୍ ଏହାର ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଇଁ “ସିଏସ୍ଆର ହେଲ୍ଥ ଇମ୍ପାକ୍ଟ ଆୱାର୍ଡ଼ ୨୦୧୯” ଦ୍ୱାରା ସମ୍ମାନୀତ ଯାହାକି ନୂଆଦିଲ୍ଲୀସ୍ଥିତ ଆଇଏଚଡ଼ବ୍ଲୁ କାଉନସିଲଠାରେ ପ୍ରଦାନ କରାଯାଇଛି । ପ୍ରଫେସର ସିବ୍ ସାରିନ୍, ଆଇଏଲବିଏସ୍ ଏବଂ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଶ୍ରୀ କରନ୍ ଠାକୁରଙ୍କ ଦ୍ୱାରା ଏହି ସମ୍ମାନସ୍ପଦ ପୁରସ୍କାର ପ୍ରଦାନ କରାଯାଇଛି । “ସ୍ୱଚ୍ଛ ଭାରତ ମିଶନ” ଅଧୀନସ୍ଥ ଏଭଳି ଏକ ମହତ୍ ଅଭିଯାନ ଦ୍ୱାରା ଶକ୍ତି ସଂରକ୍ଷଣ, ବର୍ଷାଜଳ ଦ୍ୱାରା ଚାଷ କାର୍ଯ୍ୟ, ଆବର୍ଜନା ନିଷ୍କାସନ, ସ୍ୱଚ୍ଛତା ପାଇଁ କମ୍ପୋଷ୍ଟ ଖତର ପିଣ୍ଡି ନିର୍ମାଣ ସର୍ବୋପରି ସବୁଜ କୌଶଳ ପାଇଁ ଚିତ୍ରାଙ୍କନରେ ଅଗ୍ରଣୀ ଅନୁଷ୍ଠାନମାନଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯାଏ । ପୁରସ୍କାର ଗ୍ରହଣ କରି ଶ୍ରୀ ରାହୁଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଲୁମିନା ବ୍ୟୁଜିନେସ୍, ନିଜ ମତ ରଖି କହିଲେ, “ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ ୟୁନିଟ୍ର ସୁସ୍ଥ ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅତି ବ୍ୟବସ୍ଥିତ ଭାବରେ କାର୍ଯ୍ୟକାରୀ ହୋଇଛି ଯାହା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଗ୍ରାମ ମାନଙ୍କରେ ପ୍ରତିଷ୍ଠିତ ‘ଖୋଲା ସ୍ଥାନ ମଳତ୍ୟାଗ ମୁକ୍ତ’ ଯୋଜନାକୁ ଅତି ସୁନ୍ଦର ଭାବରେ କାର୍ଯ୍ୟକାରୀ କରିପାରିଛି । ସମ୍ପୃକ୍ତ ବ୍ଲକରେ ଚାଲିଥିବା ସଫେଇ ବ୍ୟବସ୍ଥାର ଏହା ଏକ ସୁନ୍ଦର ଉଦାହରଣ ଅଟେ ଯାହାକି ସମସ୍ତଙ୍କର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମକୁ ଅତି ସକାରାତ୍ମକ ଭାବରେ ଉପସ୍ଥାପିତ କରିପାରିଛି । ଏକ ସୁନ୍ଦର ତଥା ସବୁବେଳେ ଧରି ରଖିପାରୁଥିବା ଏକ ଜୀବନ ନିର୍ବାହ ପାଇଁ ସମସ୍ତଙ୍କୁ ଏକ ମୁକ୍ତ ତଥା ସ୍ୱାସ୍ଥ୍ୟପଦ ତଥା ରୋଗମୁକ୍ତ ପରିବେଶ ଯୋଗାଇବା ଏହା ଆମର ସଂକଳ୍ପ” ।
ସ୍ୱଚ୍ଛତା ପରିଯୋଜନାର ‘ଖୋଲା ସ୍ଥାନ ମଳତ୍ୟାଗ ମୁକ୍ତ’ (ଓଡ଼ିଏଫ) ଏକ ଗୋଷ୍ଠୀ ବିକାଶ ପଦକ୍ଷେପ ଅଟେ ଯାହାକି ବେଦାନ୍ତ ଲାଞ୍ଜିଗଡ଼ ରିଫାଇନାରୀ ଦ୍ୱାରା ଏହାର ଏନଜିଓ ମାନଙ୍କ ଦ୍ୱାରା କୌଶଳ କାର୍ଯ୍ୟକ୍ରମର ସହଯୋଗରେ ଫିଡ଼୍ବ୍ୟାକ ଫାଉଣ୍ଡେସନ ଦ୍ୱାରା ଜିଲ୍ଲା ପ୍ରଶାସନର ସହଯୋଗ ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏହି ସ୍ୱଚ୍ଛତା ପରିଯୋଜନା ଅନ୍ତଃର୍ଗତ ୬ଟି ଗ୍ରାମପଂଚାୟତକୁ ‘ଖୋଲା ସ୍ଥାନ ମଳତ୍ୟାଗ ମୁକ୍ତ’ ପଂଚାୟତ ଭାବେ ଘୋଷଣା କରାଯିବା ସହିତ ୫୬ଟି ଗ୍ରାମର ୫୨୭୩ଟି ଘର ‘ଖୋଲା ସ୍ଥାନ ମଳତ୍ୟାଗ ମୁକ୍ତ’ ହୋଇପାରିଛି ।
ସୁରକ୍ଷିତ ସଫେଇ ବ୍ୟବସ୍ଥା ଅନ୍ତଃର୍ଗତ “ନିଗ୍ରାଣୀ କମିଟି” ପ୍ରତିଷ୍ଠା କରାଯାଇ ଗ୍ରାମରେ ଥିବା ମହିଳା ତଥା ଶିଶୁମାନଙ୍କୁ ସଫେଇ ବ୍ୟବସ୍ଥା ପାଇଁ ସେମାନଙ୍କର ଯୋଗଦାନକୁ ସୁନିଶ୍ଚିତ କରାଯାଇଛି । ଏହି କମିଟିର ସବୁବେଳେ ସମସ୍ତଙ୍କ ଉପରେ ନଜର ତଥା ସଚେତନତା ଏହି କାର୍ଯ୍ୟକ୍ରମକୁ ଆହୁରି ଆଗେଇ ପାରିଛି । ଏଥିରେ ଥିବା ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରତି ଗ୍ରାମକୁ ସଫା ସୁତୁରା ତଥା ସ୍ୱାସ୍ଥ୍ୟପୋଯୋଗୀ କରିବାର ଦାୟିତ୍ୱବୋଧତା ତଥା ପ୍ରତି ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ‘ଖୋଲା ସ୍ଥାନ ମଳତ୍ୟାଗର କୁ ଅଭ୍ୟାସ’କୁ ବନ୍ଦ କରିବା ପାଇଁ ଚେଷ୍ଟା ସବୁବେଳେ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ