ସିଏସକେ ଓ ଏମଆଇ ମଧ୍ୟରେ ହାଇଭୋଲଟେଜ ମ୍ୟାଚ

ସରିଛି ଆଇପିଏଲର ଲିଗ ପର୍ଯ୍ୟାୟ । ଆଜିଠାରୁ ଆରମ୍ଭ ହେଉଛି କ୍ୱାଲିଫାୟାର ମ୍ୟାଚ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ କୁ ଭେଟିବ ମୁମ୍ବାଇ ଇଣ୍ଡିଆନସ । ଏହି ମ୍ୟାଚ ରାତି ୭.୩୦ ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଆଇପିଏଲର ୧୨ତମ ସଂସ୍କରଣରେ ୪ଟି ଦଳ କ୍ୱାଲିଫାୟର ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗ , ମୁମ୍ବାଇ ଇଣ୍ଡିଆନସ , ଦିଲ୍ଲି କ୍ୟାପିଟାଲସ ଓ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ ଅପରେ ସ୍ଥାନ ପକ୍କା କରିଛନ୍ତି । ଚେନ୍ନାଇ ସୁପର କିଙ୍ଗ , ମୁମ୍ବାଇ ଇଣ୍ଡିଆନସ , ଦିଲ୍ଲି କ୍ୟାପିଟାଲସ ୧୮ ପଏଣ୍ଟ ଲେଖାଏଁ ପାଇଥିବାବେଳେ ନେଟ ରନ ରେଟରେ ସନରାଇଜର୍ସ ହାଇଦ୍ରାବାଦ ୪ର୍ଥ ସ୍ଥାନରେ ରହିଛି । ଖେଳାଯାଉଥିବା ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଜିତିବା ଦଳ ସିଧା ସଳଖ ଆଇପିଏଲର ଫାଇନାଲର ଖେଳିବ । ଏବେ ଦର୍ଶକଙ୍କ ଅପେକ୍ଷା ଆଜିର ମ୍ୟାଚରେ କିଏ ମାରୁଛି ଜିତାପଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ