ସିକାଡ଼ି ଗ୍ରାମରେ ମିଳିମିଳା ହାଡ଼ଫୁଟି ରେ ସମସ୍ତେ ପୀଡ଼ିତ
ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଅପହଞ୍ଚ ପଞ୍ଚାୟତ ବିଲାବାଡ଼ିର ସିକାଡି ଗ୍ରାମରେ ଏକ ସପ୍ତାହ ହେଲାଣି ପ୍ରବଳ ମାତ୍ରାରେ ମିଳିମିଳା ହାଡ଼ଫୁଟି ବ୍ୟାପିବାରେ ଲାଗିଛି।ବର୍ତ୍ତମାନ ଗ୍ରାମର ୧୫ ରୁ ୨୦ ଜଣ ଚୋଟଛୁଆ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ପୀଡ଼ିତ ହୋଇ କଷ୍ଟ ଭୋଗୁଛନ୍ତି।ହେଲେ ଦୁଃଖ ଓ ପରିତାପର ବିଷୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେହିହେଲେ ସେଠାକୁ ପହଞ୍ଚି ନାହାନ୍ତି।ଖଜୁରୀପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ବାହା ବାହା ପଣିଆ ଏଥିରୁ ଜଣାପଡୁଛି ଯେ କର୍ମଚାରୀ ମାନଙ୍କୁ କେମିତି ପରିଚାଳନା କରୁଛନ୍ତି।ଗ୍ରାମବାସୀ କହିବା କଥା ଯେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଏହି ଗ୍ରାମକୁ କେବେ ମଧ୍ୟ ଯାଉନାହାନ୍ତି କି କୌଣସି ଖବର ରଖୁ ନାହାନ୍ତି।ସରକାର ଜନସାଧାରଣ ଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ସଚେତନତା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରୁଛନ୍ତି କିନ୍ତୁ ତାହା ଠିକ ଭାବରେ କାର୍ଯ୍ୟକାରୀ ହେଉନଥିବା ଏଠାରୁ ଅନୁମେୟ ହେଉଛି ଓ ସେହି ଅର୍ଥକୁ ଆତ୍ମସାତ କରାଯାଇଛି।ଯାହା ଫଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନସଚେତନତା ବାର୍ତା ଏହି ଗ୍ରାମ ଗୁଡ଼ିକୁ ପହଞ୍ଚୁ ନାହିଁ।ମାସ ସେସରେ ମୋଟା ଅଙ୍କରେ ଦରମା ପାଇ କାଗଜ କଲମରେ ସଚେତନତା ଚାଷ ହେଉଛି।ଯଥାଶୀଘ୍ର ଏହି ଗ୍ରାମକୁ ସ୍ୱାସ୍ଥ୍ୟ ବିଭାଗ ଦଳ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଦାବି ହେଉଛି।ନଚେତ କୌଣସି ଅଘଟଣ ଘଟିଲେ ନିଜେ ସ୍ୱାସ୍ଥ୍ୟ ବିଭାଗ ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।


