ସିଦ୍ଧ ବଳଦେବଜୀଉ ଗୈାର ନାରାୟଣ ନାମହାଟ୍ଟ ଉଦଯାପିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ପାଦ ଶ୍ରୀଲ ଭକ୍ତିବେଦାନ୍ତ ଶ୍ରୀଧର ମହାରାଜଙ୍କ ଆନୁକୁଲ୍ୟରେ ଇଛାପୁରସ୍ଥିତ ଯାତ୍ରୀନିବାସ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୈାର ନାରାୟଣ ନାମହାଟ କେନ୍ଦ୍ରାପଡାର ବୈଷ୍ଣବ ଭକ୍ତବୃନ୍ଦଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାବା ନରହରି ଦାସ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ସମ୍ପର୍କରେ ବିଭିନ୍ନ ପୁରାଣ ଓ ଶାସ୍ତ୍ରରୁ ଅର୍ଶ୍ରି ବଚନ ପ୍ରଦାନ କରିବା ସହିତ ବର୍ତ୍ତମାନ ଅଧପତନମୁଖି ସମାଜକୁ ରକ୍ଷା କରିବାକୁ ହେଲେ ପ୍ରଭୁଙ୍କ ନାମ ସ୍ମରଣ ସହିତ ଭଗବତ ଚିନ୍ତନ କରିବାକୁ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଯୋଗଦେଇ ଇଛାପୁର ତୁଳସୀ କ୍ଷେତ୍ରର ବଡ ଠାକୁର ଶ୍ରୀବଳଦେବଜୀଉଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ଈଶ୍ୱର ଚିନ୍ତନ ଫଳରେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ପ୍ରଶାନ୍ତ ମହାପାତ୍ର ଯୋଗଦେଇ ଭଗବତ ଦର୍ଶନ ଓ ଚିନ୍ତନ ଦ୍ୱାରା ମନ ପ୍ରଫୁଲ୍ଲିତ ହୋଇଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦିପ ପ୍ରଭୁଜୀ, ଶ୍ରୀବଳଦେବଜୀଉ ଗୋର ନାରାୟଣ ନାମହାଟର ସବାପତି ରାଜକିଶୋର ମହାନ୍ତି, ସମ୍ପାଦକ ରବିନ୍ଦ୍ର ନାଥ ମହାନ୍ତି, ଉପଦେଷ୍ଟା ବାବାଜୀ ପତ୍ରି, ଲାଲୁ ପ୍ରସାଦ ପ୍ରଧାନ, ଶାନ୍ତି ମା’, ସୈାମେନ୍ଦ୍ର କୁମାର ଦାସ ପ୍ରଭୁତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ଭକ୍ତଙ୍କ ସମେତ ଭଗବତ ପ୍ରେମୀମାନେ ଉପସ୍ଥିତ ଥିଲେ ।