ସିନେ ତାରକାଙ୍କ ପ୍ରଚାରରେ କମ୍ପିଲା ଅଞ୍ଚଳ

ହାଟଡିହି, (ବିକାଶ ବିଶ୍ୱାଳ ) :-ଆସନ୍ତା ୨୦ତାରିଖରେ ତୃତୀୟ ପର୍ଯ୍ୟାୟରେ ହାଟଡିହି ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ ସମେତ ୩୧ଟି ପଞ୍ଚାୟତର ୪୧୯ଟି ବୁଥରେ ନିର୍ବାଚନ ହେବ । ଏଥି ପାଇଁ ଆଜି ପ୍ରଚାରର ଶେଷ ଦିନରେ ସାଂସଦ, ବିଧାୟକ ଓ ତିନିଜଣ ସିନେ ଅଭିନେତ୍ରୀ ସାମିଲ ହୋଇ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ସିନେ ଅଭିନେତ୍ରୀ ଏଲିନା ଦାସ ୩୪ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ସୋମନାଥ ଦାସଙ୍କ ପାଇଁ ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି । ତାଙ୍କ ସହିତ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ ମଧ୍ୟ ସାମିଲ ହୋଇଥିଲେ । ପରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ବାଙ୍ଗୋର ଠାରେ ଏକ ନିର୍ବାଚନ ବୈଠକ କରି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ସମସ୍ତେ ଲାଗିପଡିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସିନେ ଅଭିନେତ୍ରୀ ରୀୟା ଚକ୍ରବର୍ତ୍ତୀ ୩୫ନମ୍ବର ଜୋନ ବିଜେଡି ପ୍ରାର୍ଥୀ ସୁକାନ୍ତୀ ଜେନାଙ୍କ ପାଇଁ ବିଭିନ୍ନ ଗ୍ରାମ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ସେହିପରି କଂଗ୍ରେସ ନେତା ମନୋଜ ଜେନା, ସିନେ ଅଭିନେତ୍ରୀ ପ୍ରକୃତି ମିଶ୍ର ୩୫ନମ୍ବର ଜୋନର କଂଗ୍ରେସ ପ୍ରାର୍ଥୀ ସ୍ୱପ୍ନାରାଣୀ ଜେନାଙ୍କ ପାଇଁ ବିଭିନ୍ନ ପଞ୍ଚାୟତରେ ପ୍ରଚାର କରି କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ନିବେଦନ କରିଛନ୍ତି । ସେହିପରି ୩୭ନମ୍ବର ଜୋନର ବିଜେଡି ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳ ଆଜି ଷଡଙ୍ଗ, ସମଣା ପଞ୍ଚାୟତରେ ବାଇକରାଲି ମାଧ୍ୟମରେ ପ୍ରଚାର କରି ଭୋଟର ମାନଙ୍କୁ ବିଜେଡିରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ତାଙ୍କ ସହିତ ଷଡଙ୍ଗ ପଞ୍ଚାୟତର ବିଜେଡି ସମଥିତ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସମଣା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଜଗବନ୍ଧୁ କାଣ୍ଡି, ବିଜେଡି ନେତା ବାବୁଲି ପଟ୍ଟନାୟକ, ଅଶୋକ ଦାସ, ସୁଶାନ୍ତ ବେହେରା, ଧୁସାଶାନ ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ । ସେହିପରି ପନ୍ଦାଡୋ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ସଶ୍ମିତା ଓଝା ଆଜି ତାଙ୍କର ଶହଶହ ସମର୍ଥକ ମାନଙ୍କ ସହ ପନ୍ଦାଡୋ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଦଯାତ୍ରା କରି ଯୋରଦାର ପ୍ରଚାର କରିଛନ୍ତି । ତାଙ୍କ ସହିତ ନିକୁଞ୍ଜ ଓଝା, କୁଳମଣି ରାଉତ, ଉମାକାନ୍ତ ଜେନା, ବିଶ୍ୱନାଥ ଜେନାଙ୍କ ସମେତ ବହୁ ସମର୍ଥକ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ