ସିନ୍ଧିଆ ପଂଚାୟତରେ ନବନିର୍ମିତ ରାସ୍ତା ଉଦ୍ଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) : ସିନ୍ଧିଆ ପଂଚାୟତର ଅଙ୍ଗୁଳା ଠାରେ ସାସଦଙ୍କ ହାତ ପାଣ୍ଠିରୁ ନିର୍ମାଣ ହୋଇଥିବା ପକ୍କା ରାସ୍ତା, ଛାନୁଆ ପଂଚାୟତର ତାଳମୁଣ୍ଡାଚକ ଠାରେ ନିର୍ମାଣ ହୋଇଥିବା ପକ୍କା ରାସ୍ତା ଓ ପଞ୍ଚପୋଡ଼ା ପଂଚାୟତର ପଞ୍ଚପୋଡା ଗ୍ରାମରେ ନିର୍ମାଣ ହୋଇଥିବା ପକ୍କା ରାସ୍ତାକୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସଂପାଦିକା ସିପ୍ରା ବାଜପେୟୀ, ସାଂସଦଙ୍କ ଦର ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ବେରା, ସଦର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପ୍ରାର୍ଥୀ ପାର୍ଥୀ ମାନସ କୁମାର ଦତ୍ତ, ଯୁବମୋର୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ବାଲେଶ୍ୱର ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ଉପସଭାପତି କମଲଲଚନ ଦାସ, ପଞ୍ଚପୋଡା ମଣ୍ଡଳ ପ୍ରଭାରୀ ବେଣୁଧର ପରିଡା, ଜିଲ୍ଲା ପରିଷଦସଭ୍ୟ ସୁମତି ନାୟକ, ପଞ୍ଚପୋଡା ମଣ୍ଡଳ ସଭାପତି ବିଜୟ ଦାସ, ଯୁବମୋର୍ଚା ଉପ ସଭାପତି ସୁବୋଧ ଚନ୍ଦ୍ର ପଣ୍ଡା ଓ ଯୁବମୋର୍ଚା ମିଡ଼ିଆ ସଂଯୋଜକ ଶୋଭାକର ସାହୁଙ୍କ ସମେତ ଶତାଧିକ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟିର ଅନ୍ୟ କର୍ମକଃତ୍ତ ଉପସ୍ଥିତଥିଲେ,