ସିପିଆଇ ଜୋନ୍ ସାଧାରଣ ପରିଷଦ ବୈଠକ: କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସର୍ବସମ୍ମତ ନିଷ୍ପତ୍ତି
ବନ୍ତ (ଯୁଗାଦ୍ଧ ନିଜ୍ୟୁ) : ଶୁକ୍ରବାର ବନ୍ତ ସିପିଆଇ ଜୋନ୍ କମିଟି ପକ୍ଷରୁ ବନ୍ତସ୍ଥିତ ହାଟ ପଡିଆ ଠାରେ ସିପିଆଇ ଜୋନ୍ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀ ସଭାପତିତ୍ୱ କରିଥିଲେ । ଏଥିରେ ସିପିଆଇ ଭଦ୍ରକ ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି ଯୋଗ ଦେଇ ବର୍ତ୍ତମାନର ରାଜନୈତିକ ଅବସ୍ଥା ସହିତ ୨୦୧୯ ସାଧାରଣ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ । ଦେଶର ସାମ୍ପ୍ରଦାୟିକ ସଦ୍ଭାବନା ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଗଣତାନ୍ତ୍ରୀକ ଓ ଧର୍ମନିରପେକ୍ଷ ରାଜନୈତିକ ଦଳକୁ ସିପିଆଇ ଦଳ ସାଧାରଣ ନିର୍ବାଚନରେ ସମର୍ଥନ କରିବା ପାଇଁ ଆଲୋଚନାରେ ନେତୃତ୍ୱ ମାନେ ବକ୍ତବ୍ୟ ରଖିଥିଲେ । ଆମ ରାଜ୍ୟରେ ବିଜେଡି ଭଳି ସୁବିଧାବାଦୀ ରାଜନୈତିକ ଦଳ ଏବଂ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିରେ ଲିପ୍ତ ରାଜ୍ୟ ସରକାର ସହିତ କେନ୍ଦ୍ରର ବିଜେପି, ଆର.ଏସ୍.ଏସ୍ ପରିଚାଳିତ ମୋଦି ସରକାର ବିରୁଦ୍ଧରେ ଏକଜୁଟ୍ ହେବା ପାଇଁ ସାଧାରଣ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏପରିପେକ୍ଷୀରେ ସିପିଆଇ ରାଜ୍ୟ ସ୍ତରରେ ନିଷ୍ପତ୍ତି ଅନୁଯାୟୀ ଉଭୟ ବିଜେଡି ଓ ବିଜେପି ବିରୁଦ୍ଧରେ ଭଣ୍ଡାରିପୋଖରୀ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଓ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ସିପିଆଇ ଜୋନ୍ ସମ୍ପାଦକ ରମେଶ ଜେନା, ସହ ସମ୍ପାଦକ ପରମେଶ୍ୱର ବାରିକ, ପ୍ରାକ୍ତନ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ଆନନ୍ଦ ଜେନା, ଉମାକାନ୍ତ ମହାପାତ୍ର, ପର୍ଶୁରାମ ସ୍ୱାଇଁ, ରତିକାନ୍ତ ଜେନା, ବାବାଜି ଚରଣ ଜେନା, ନିରଂଜନ ରାଉତ, କିଶୋର ବେହେରା, ନୃସିଂହ ଦାସ, ସୁବାଷ ବେହେରା, ଅଭିମନ୍ୟୁ ଜେନା, ଅବଦୁଲ୍ଲା ଖାଁ, ସୁରକାନ୍ ଅଲ୍ଲୀ, ଜୟନ୍ତ ଜେନା, ମାର୍କଣ୍ଡ ବାରିକ, ଉଷାରାଣୀ ବେହେରା, ମାଳତୀ ଜେନା, ଅହଲ୍ୟ ମହାକୁଡ, ସ୍ୱର୍ଣ୍ଣଲତା ଖିଲାର, ଭରତ ସେନାପତି, ନାରାୟଣ ଚନ୍ଦ୍ର ସ୍ୱାଇଁ, ଧନେଶ୍ୱର ଜେନା, ରବିନ୍ଦ୍ର ସେଠୀ, ଅରୁଣ ରାଉତ, ଅନିରୁଦ୍ଧ ଜେନା, ରବିନ୍ଦ୍ର ତରେଇ, କୃଷ୍ଣ ଚନ୍ଦ୍ର ଜେନା, ରଘୁନାଥ ରାଉଳ, ନାରାୟଣ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ସାଥୀ ସମର୍ଥନ ଯୋଗ ଦେଇଥିଲେ ।


