ସିପିଆଇ ନେତା ଭାସ୍କର ଜେନାଙ୍କ ପରଲୋକ

 

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତର ବିଶିଷ୍ଟ ସିପିଆଇ ନେତା ତଥା ଏ.ଆଇ.ଟି.ୟୁ.ସି ଶ୍ରମିକ ସଙ୍ଗଠକ ସାଥୀ ଭାସ୍କର ଚନ୍ଦ୍ର ଜେନା(୬୨)ଙ୍କର ପରଲୋକ ଘଟଛି । ରବିବାର ରାତିରେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସୋମବାର ସକାଳେ ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଅଣାଯାଇଥିଲା । ସେଣ୍ଢତୀରା ବଜାର ଠାରେ ଶତାଧିକ ଜନସାଧାରଣ ଓ ବିଭିନ୍ନ ରାଜନୈତିକ ଦଳର ନେତା ସ୍ୱର୍ଗତ ଜେନାଙ୍କ ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଯାଇଥିଲା । ଏଥିରେ ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଜୋନ୍ ସଂପାଦକ ରମେଶ ଜେନା, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ନିରଂଜନ ନାୟକ, ଆଇନଜୀବି ପରମେଶ୍ୱର ବାରିକ, ପର୍ଶୁରାମ ସ୍ୱାଇଁ, କିଶୋର ବିଶ୍ୱାଳ, ଭରତ ସେନାପତି, ରବିନ୍ଦ୍ର ସେଠୀ, ସୀତାରାମ ସେଠୀ, ଭାସ୍କର ବେହେରା, ନିରଂଜନ ସେଠୀ, ଆଇନଜୀବି ପ୍ରଫୁଲ୍ଲ ନାୟକ, ବିଜେଡି ନେତା ପ୍ରଶାନ୍ତ ସାମଲ, ଆଇନଜୀବି ବେଣୁଧର ମଲ୍ଲିକଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ