ସିପିଆଇ ନେତା ସୀତାରାମ ଖଣ୍ଡେଇଙ୍କ ପରଲୋକ

ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ସେଣ୍ଢତୀରା ଅଞ୍ଚଳର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ପଞ୍ଚାନନ ଖଣ୍ଡେଇଙ୍କ ପୁତ୍ର ତଥା ସିପିଆଇ ନେତା ସୀତାରାମ ଖଣ୍ଡେଇ(୬୪)ଙ୍କର ଶୁକ୍ରବାର ପରଲୋକ ଘଟିଛି । ଦୀର୍ଘ ବର୍ଷ ଧରି ସେ ସେଣ୍ଢତୀରା ପଞ୍ଚାୟତର ସିପିଆଇ ସଂପାଦକ ଭାବେ ଦାୟୀତ୍ୱ ତୁଲାଇବା ସହ ଜଣେ କୃଷକ ନେତା ଭାବେ ବେଶ ପରିଚିତ ଥିଲେ । ସାଧାରଣଲୋକ ମାନଙ୍କ ସହିତ ସେ ବିଭିନ୍ନ ସମସ୍ୟାରେ ଜଡିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦିବଂଗତ ସାଥୀଙ୍କ ବିୟୋଗ ଖବର ପାଇ ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଜୋନ୍ ସଂପାଦକ ରମେଶ ଜେନା, ପ୍ରାକ୍ତନ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ଭରତ ଚନ୍ଦ୍ର ସେନାପତି, ଧନେଶ୍ୱର ଜେନା, ରବିନ୍ଦ୍ର ସେଠୀ, ପ୍ରଫୁଲ୍ଲ ନାୟକ, କିଶୋର ବିଶ୍ୱାଳ, ବ୍ରଜ ଖୁଣ୍ଟିଆଙ୍କ ସମେତ ବହୁ ସାଥି ସମର୍ଥକ ତାଙ୍କ ବାସ ଭବନରେ ପହଞ୍ôଚ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ