ସିପିଆଇ ପକ୍ଷରୁ ଚନ୍ଦ୍ରେୟା ରେଡ୍ଡୀଙ୍କ ୭୦ତମ ଜୟନ୍ତୀ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଲକ୍ଷଣ ଭବନ ଠାରେ ବୁଧବାର କାଳିପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସିପିଆଇ ପାର୍ଟିର ପୂର୍ବତନ ଚମାଖଣ୍ଡି ଜୋନାଲ ସମ୍ପାଦକ ପି.ଚନ୍ଦ୍ରେୟା ରେଡ୍ଡୀଙ୍କ ୭୦ତମ ଜୟନ୍ତୀ ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ ଜନାର୍ଦ୍ଦନ ରେଡ୍ଡୀ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ ଓ ଅଶୋକ କୁମାର ଚୈାଧୂରୀ, ବରିଷ୍ଠ ଆଇନଜିବୀ ଗୋକୁଳ ଚନ୍ଦ୍ର ପଣ୍ଡା, ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡି, ସହ-ସମ୍ପାଦକ ଡି.ଆଦିନାରାୟଣ ରେଡ୍ଡୀ, କ୍ଷେତମଜଦୂର ନେତା ସିମାଞ୍ଚଳ ସାହୁ, ଚାଷୀ ନେତା କାମରାଜୁ ବର୍ମା, ଶିକ୍ଷକ ନେତା ପି.ଦାଲେୟା ରେଡ୍ଡୀ, ନାରୀନେତ୍ରୀ ଏନ.ଭାନୁମତୀ ରେଡ୍ଡୀ, ନବୀନ ମହାନ୍ତି ,ଭାଗିରଥୀ ପ୍ରଧାନ, ଗୁରୁଦେବ ବେହେରା,ଏନ.ଗିରିଜା ପ୍ରସାଦ ରେଡ୍ଡୀ,କୈଳାଶ ପଲାଇ ଙ୍କ ସମେତ ବହୁ ନେତା ଓ କର୍ମୀ ମାନେ ଯୋଗଦେଇ ସ୍ୱର୍ଗତ ଚଦ୍ରେୟା ରେଡ୍ଡୀ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ