ସିପିଆଇ ପକ୍ଷରୁ ଡଃ.ବି.ଆର.ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ
ବନ୍ତ(ଚାନ୍ଦିନୀ ମହାନ୍ତି) : ସମଗ୍ର ଭାରତ ବର୍ଷରେ ସମ୍ବିଧାନ ପ୍ରଣେତା ତଥା ଦଳିତ ଅବହେଳିତଙ୍କ ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଥିବା ଡଃ.ବି.ଆର.ଆମ୍ବେଦକରଙ୍କ ୬୪ତମ ତିରୋଧାନ ଦିବସ ବନ୍ତ ସିପିଆଇ ଜୋନ୍ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଡଃ.ଆମ୍ବେଦକରଙ୍କ ଫଟୋ ଚିତ୍ରରେ ସିପିଆଇ ରାଜ୍ୟ ପ୍ରାକ୍ତନ ସଂପାଦକ ଦିବାକର ନାୟକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଡଃ.ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନ ଓ ସମ୍ବିଧାନ ପ୍ରଣେତାଙ୍କ ଜୀବନୀ ଉପରେ ଶ୍ରୀ ନାୟକ ଆଲୋକପାତ କରିଥିଲେ । ଏଥିରେ ସିପିଆଇର ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀ, ଜୋନ୍ ସଂପାଦକ ରମେଶ ଜେନା, ଅବସରପ୍ରାପ୍ତ କରେକ୍ସନାଲ ଅଫିସର ତଥା କବି ବାବାଜି ଚରଣ ଜେନା, ଆଇନଜୀବି ପରମେଶ୍ୱର ବାରିକ, ବରିଷ୍ଠ ନେତା ନିରଂଜନ ନାୟକ, ସନାତନ ବେହେରା, ଜୟନ୍ତ ଜେନା, କିିଶୋର ବେହେରା, ଆଇନଜୀବି ସଂଗ୍ରାମ କେଶରୀ ଜେନା, ସନ୍ତୋଷ ସ୍ୱାଇଁ ଯୋଗ ଦେଇଥିଲେ ।