ସିପିଆଇ ପକ୍ଷରୁ ବିକ୍ଷୋଭ
ଗୋପ ( ଯୁୁଗାବ୍ଦ ନ୍ୟୁଜ୍):ବିଭିନ୍ନ ଦାବି ନେଇ ଗୋପ ବ୍ଲକ ଠାରେ ସିପିଆଇ ପକ୍ଷରୁ ସାଇ ପ୍ରସନ୍ନ ଦାସଙ୍କ ସଭାପତିତ୍ୱରେ ବିକ୍ଷୋଭ କରାଯାଇଥିଲା । ପ୍ରଥମେ ଗୋପସ୍ଥିତ ଆଖଣ୍ଡଳେଶ୍ୱର ମହାଦେବଙ୍କଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଜାର ବୁଲି ବ୍ଲକଠାରେ ବିକ୍ଷୋଭ ସମାବେଶ କରାଯାଇଥିଲା । ସରକାରଙ୍କ କାଳିଆ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ଖାଉଟି କଲ୍ୟାଣ ଯୋଜନା ଭଳି ଅନେକ ଯୋଜନା ଦିଗହରା ହୋଇଛି । ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନାହିଁ । ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହିଁ । ଭୋଟ ହାତେଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା କରିଚାଲିଛନ୍ତି । ମାତ୍ର ତାହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁନାହିଁ ବୋଲି ଜିଲ୍ଲା ସଂପାଦକ ପ୍ରଦୀପ୍ତ ମହାନ୍ତି କହିଛନ୍ତି । ତେଣୁ ଏହାର ପ୍ରତିବାଦ କରି ଆସନ୍ତା ନିର୍ବାଚନରେ ଲୋକେ ଏହାର ଜବାବ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ