ସିପିଆଇ ର ଦାବି ଦିବସ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ସୋମବାର ସଂସଦ ଅଧିବେସନ ଆରମ୍ଭ ।ମହାମାରୀ କରୋନାର କରାଳ ପ୍ରକୋପରେ ଦେଶର ଅର୍ଥନୀତି ଭୂଷୁଡି ଯାଇଛି ।ଜନବିସ୍ଫୋରଣ ଭାରତ ବର୍ଷରେ ସମସ୍ତଙ୍କ ପାଇଁ ଜୀବିକା, ସ୍ବାସ୍ଥ୍ୟ, ଶିକ୍ଷା, ନ୍ୟାୟ ଓ ଜାତୀୟ ଅର୍ଥନୀତି ର ସୁରକ୍ଷା ପାଇଁ ଦେଶ ବ୍ୟାପୀ ଦାବି ଦିବସ ଭାବେ ପାଳନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଡାକରା ଦିଆଯାଇଛି ।ସଂଘ ପରିବାରର ମୋଦି-ଶାହା ନେତୃତ୍ଵାଧୀନ ଏକଛତ୍ରବାଦୀ ବିଜେପି ସରକାର ଦେଶର ଅର୍ଥନୀତିକୁ ଖତମ କରି ସର୍ବଗ୍ରାସୀ ମହାସଂକଟ ସୃଷ୍ଟି କରିଛି , ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଖତମ କରି ଦିଆଯାଇଛି ।ତାହାକୁ ଜନ ସାଧାରଣଙ୍କୁ ଅବଗତ ଓ ସଚେତନ କରାଇବା ପାଇଁ ଲୋକଙ୍କ ପାଖରେ ପହଞ୍ଚିବାକୁ ଆହ୍ବାନ ଦିଆଯାଇଛି ।ମୋଦୀ ସରକାରଙ୍କ ସର୍ବନାସୀ ନୀତି,ବେରୋଜଗାରୀ, ଦାରିଦ୍ର୍ୟ ବୃଦ୍ଧି ସାଙ୍ଗକୁ,କ୍ରୟ ଶକ୍ତି ହ୍ରାସ ସହ ଜୀବନ,ଜୀବିକା ଓ ଜୀବନଧାରଣ କୁ ଦୁର୍ବିସହ କରାଇଛି । ସେଥିପାଇଁ ଦେଶର ମହାସଂକଟଗ୍ରସ୍ତ, ଅର୍ଥନୀତି ସଂପର୍କରେ ଭୁଲ ଓ ମିଥ୍ୟା ତଥ୍ୟ ଦେଇ ସମଗ୍ର ଦେଶବାସୀଙ୍କୁ ବିଭ୍ରାନ୍ତ କରିଚାଲିଛି । ଜାତୀୟ ଅର୍ଥନୈତିକ ମହାସଂକଟ ପାଇଁ ଅର୍ଥମନ୍ତ୍ରୀ ଇସ୍ତଫା ଦେବା ପାଇଁ ପାର୍ଟି ତରଫରୁ ଦାବି କରାଯାଇଛି । ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଲକର ବଡଡାଳିମାଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଓଡ଼ିଶାର ବରିଷ୍ଠ କମ୍ୟୁନିଷ୍ଟ ନେତା ତିରିଂ ଅଂଚଳର କମ୍ରେଡ ତ୍ରିନାଥ ପାତ୍ରଙ୍କ ନେତୃତ୍ବରେ ସିପିଆଇର ଦାବି ଦିବସ ପାଳିତ ହୋଇଥିଲା । ଏଥିରେ ବହୁ ଦଳୀୟ କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଜନସାଧାରଣ ନୀତି ବିରୁଦ୍ଧରେ ଓ ଦାବି ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।