ସିପିଆଇ ର ରଣକୈାଶଳ ଆରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) :ନିର୍ବାଚନ ପାଖେଇ ଆସିଲାଣି । ଏନେଇ ଚାରି ଆଡେ ବେଶ ଚଳ ଚଂଚଳ । ଗତ ୭ ତାରିଖ ଦିନ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥା ନେଇ ଚୁଡାନ୍ତ ତାଲିକା ମଧ୍ୟ ପ୍ରକାଶ ପାଇସାରିଛି । ଛତ୍ରପୁର ବ୍ଲକର ବିଭିନ୍ନ ପଂଚାୟତର ସରପଂଚ ଓ ସମିତିସଭ୍ୟ ପଦବୀ ପାଇଁ ବିଭିନ୍ନ ଦଳ ପକ୍ଷରୁ ଉପଯୁକ୍ତ ପାର୍ଥୀ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଛତ୍ରପୁର ବ୍ଲକର ଚିକଲଖଣ୍ଡି ଗ୍ରାମ ପଂଚାୟତର ସରପଞ୍ଚ ପଦବୀ ପାଇଁ ସିପିଆଇ ଦଳ ପକ୍ଷରୁ ଉଭୟ ପଦବୀ ସକାଶେ ପ୍ରାର୍ଥୀ ଚୟନ ନିମନ୍ତେ ସିପିଆଇ ନେତା ତଥା ଯୁବ ଆଇନଜିବୀ ଡି. ଆଦି ନାରାୟଣ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଏସ୍‌, କ୍ରିଷ୍ନା ରେଡ୍ଡି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜୀବ ଲୋଚନ ପଣ୍ଡା, ଯୁବନେତା ଚିଙ୍କାରା ବେହେରା, ପୁରୁଣାପାଟଣା ସିପିଆଇ ଶାଖା ସଂପାଦକ ପ୍ରଶାନ୍ତ କୁମାର ପଣ୍ଡା, ଚିକଲଖଣ୍ଡି ସିପିଆଇ ଶାଖା ସଂପାଦକ ସୁଦାମ ନାହାକ, ବୁଲୁ ପଣ୍ଡା. ପି. ବାଲରାଜୁ, ପି. ନାରାୟଣ ରେଡ୍ଡି, ଏସ୍‌. ତ୍ରିନାଥ ରେଡ୍ଡି, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ଗୌଢ, ଏମ୍‌. ସୁକାନ୍ତ ଆଚାରୀ, ନରସିଂହ ପଣ୍ଡା, ପି. କ୍ରିଷ୍ଣା ରେଡ୍ଡି, ଯୋଗେନ୍ଦ୍ର ଗୌଡ, ବି. ଧର୍ମା ରେଡ୍ଡିଙ୍କ ସମେତ ପଂଚାୟତର ବହୁ ପୁରୁଖା ନେତା ମାନେ ଯୋଗଦେଇ ଚିକଲଖଣ୍ଡି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ପଦବୀ ନିମନ୍ତେ ଉପଯୁକ୍ତ ପ୍ରାର୍ଥୀ ଚୟନ ଦିଗରେ ନିଜ ନିଜ ମତ ପ୍ରକାଶ କରିଥିଲେ । ଏହି ଦୁଇଟି ପଦବୀ ନିମନ୍ତେ ଚୟନ କରାଯାଇଥିବା ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ଚଳିତ ନିର୍ବାଚନରେ ବିଜୟୀ କରିବା ନେଇ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ଆଗାମୀ ଦିନ ରେ ବୈଠକ ରେ ଏହି ଦୁଇଟି ପଦବୀ ନିମନ୍ତେ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି ଜୋନାଲ ସମ୍ପାଦକ ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ