ସିପିଆଇ ର ଶାଖା ସମ୍ମିଳନୀ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ମାଁ ଖେମୁଣ୍ଡି କାଳୁଆ ଶକ୍ତି ପୀଠ ରେ ସିପିଆଇ ର ଗୋପାଳପୁର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ରମେଶ ଭୁଁୟା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମ୍ମିଳନୀ ରେ ସିମାଞ୍ଚଳ ସ୍ୱାଇଁ ପାର୍ଟି ର ପତାକା ଉତ୍ତୋଳନ କରିଥିଲେ।ସିପିଆଇ ର ଗଞ୍ଜାମ ଜିଲା କମିଟି ସମ୍ପାଦକ ପ୍ରକାଶ ପାତ୍ର,ସହ ସମ୍ପାଦକ ନୀଳକଣ୍ଠ ଦାସ, ଅଖିଳ ଭାରତ ଯୁବ ସଂଘ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ,ବୃନ୍ଦାବନ ପଣ୍ଡା, ଅଳକ ନାଥ ମିଶ୍ର ପ୍ରମୁଖ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ତଥା ଜାତୀୟ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ।ସ୍ଥାନୀୟ ଅଞ୍ଚଳର ଜଳସେଚନ ପ୍ରକଳ୍ପ ବେଲଘାଇ ର ପୁନରୁଦ୍ଧାର କରାଯାଇ ଚାଷୀଙ୍କ ଜମି କୁ ପର୍ଯ୍ୟାପ୍ତ ପରିମାଣରେ ଜଳସେଚନ କରାଯିବା।ଗ୍ରାମରେ କୋଠଘର ନିର୍ମାଣ କରାଯିବା ସମେତ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପାର୍ଟି ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ହାତକୁ ନିଆଯିବା ନିମନ୍ତେ ସଭାରେ ନିଷ୍ପତ୍ତି ନିଆଯାଇଥିଲା।ସିପିଆଇ ର ବଡ଼ଖେମୁଣ୍ଡିି ଜୋନାଲ ସମ୍ପାଦକ କିଶୋର କୁମାର ଶତପଥୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀ ରେ ପାର୍ଟିର ବିଭିନ୍ନ ଗଣସଙ୍ଗଠନ ର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ଶେଷରେ ଲୋକନାଥ ବିଷୋୟୀ ଙ୍କୁ ପାର୍ଟିର ଶାଖା ସମ୍ପାଦକ , ରାଜେନ୍ଦ୍ର ବିଷୋୟୀ ଙ୍କୁ ସହ ସମ୍ପାଦକ ଏବଂ ନମିତା ସ୍ୱାଇଁ ଙ୍କୁ ସହ ସମ୍ପାଦିକା ଭାବେ ମନୋନୀତ କରାଯାଇଥିଲା। ବାବୁ ସ୍ୱାଇଁ, ରମେଶ ଭୂୟାଁ,ଶୁଭମ ଭୂୟାଁ,ରାହୁଲ ବିଷୋୟୀ,କୁମୁଦ ପ୍ରଧାନ,ପ୍ରଦୀପ ପ୍ରଧାନ,ଅରକ୍ଷିତ ଭୂୟାଁ, କାହ୍ନୁ ଗୌଡ଼,ନମିତା ଗୌଡ଼,ପ୍ରଦୀପ ପରିଡ଼ା ପ୍ରମୁଖ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।