ସିଫାର ସ୍ୱନକ୍ଷତ୍ର ଦିବସ
ପିପିଲି (ଯୁଗାଦ୍ଧ ନ୍ୟୁଜ): ଉତ୍କଳ ଦିବସ ଅବସରରେ କେନ୍ଦ୍ରୀୟ ମଧୁରଜଳ ଗବେଷଣା ସଂସ୍ଥାନ (ସିଫା)ର ୩୨ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ୧୯୮୭ ମସିହା ଉତ୍କଳ ଦିବସରେ ସିଫା, ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗଠାରେ ଦେଶର ଅଗ୍ରଣୀ ଜଳକୃଷି ଗବେଷଣା ସଂସ୍ଥାନ ରୂପେ ଆତ୍ମପ୍ରକାଶ କରିଥିଲା । ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ସିଫା ତିନି ଦଶନ୍ଧିରୁ ଅଧିକ ସମୟ ଦେଶର ମଧୁର ଜଳ ମତ୍ସ୍ୟ ଉତ୍ପାଦନର ବିକାଶ କରିଆସୁଛି । ସମାରୋହରେ ଆଇଏମ୍ଏମ୍ଟି ନିର୍ଦ୍ଦେଶକ ଡଃ ଶୁଦ୍ଧସତ୍ୟ ବାସୁ ମୁଖ୍ୟ ଅତିଥି, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସଞ୍ଜିବ ହୋତା ମୁଖ୍ୟବକ୍ତା ଏବଂ କୋଷ୍ଟାଲ ଆକ୍ୱାକଲଚର ଅଥରିଟିର ମୁଖ୍ୟ ଡଃ ସି. ଗୋପାଳ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅତିଥିଙ୍କୁ ସ୍ୱାଗତ କରି ସିଫା ନିର୍ଦ୍ଦେଶିକା ଡଃ ବିନ୍ଦୁ ଆର. ପିଲାଇ ମତ୍ସ୍ୟ ସଂପଦ ବିକାଶରେ ସିଫାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଅତିଥି ଡଃ ବାସୁ ମାଛକୁ ଏକ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟରୂପେ ବିବେଚନା କରିଥିଲେ ଓ ଦେଶର ସମସ୍ତଙ୍କ ପାଖରେ ଏହି ସୂଚନାକୁ ପହଞ୍ଚାଇବା ପାଇଁ ସିଫାର ବୈଜ୍ଞାନିକମାନଙ୍କୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ସଞ୍ଜିବ ହୋତା ଆମ ରାଜ୍ୟରେ ମଧୁର ଜଳ କୃଷିରୁ ଅଧିକ ଆୟ କରିବା ପାଇଁ ମୂଲ୍ୟଯୁ୍କ୍ତ ମାଛ ·ଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଡଃ ସି. ଗୋପାଳ ଗବେଷଣା ସହିତ ମାଛ ·ଷୀଙ୍କ ସମସ୍ୟା ସମାଧାନ କରିବା ପାଇଁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କୃତୀ ବୈଜ୍ଞାନିକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ୩ ଗୋଟି ପ୍ରକାଶନକୁ ଉନ୍ମୋଚନ କରାଯାଇଥିଲା । ଶେଷରେ ସିଫା ବୈଜ୍ଞାନିକ ଡଃ ସୁବାସ ସରକାର ଧନ୍ୟବାଦ ଅର୍ପଣ କରିଥିଲେ ।


