ସିବିଆଇସି ଓ ସୀମା ଶୁଳ୍କ ବିଭାଗ ପକ୍ଷରୂ ନୂଆ ଯୋଜନା

ଦେଶରେ ନିବେଶ ବୃଦ୍ଧି କରିବା ଓ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମର୍ଥନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ଏକ ସଂଶୋଧିତ ଏବଂ ସୁବ୍ୟବସ୍ଥିତ ଯୋଜନା ଆରମ୍ଭ କରାଯାଇଛି । ସୀମା ଶୁଳ୍କ ଆଇନ ୧୯୬୨ର ବଣ୍ଡ ଯୋଜନା ଅନ୍ତର୍ଗତ ଉତ୍ପାଦନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମାଧ୍ୟମରେ ଏହି ନୂଆ ଯୋଜନା ଲାଗୁ କରାଯିବ । ସୀମା ଶୁଳ୍କ ଆଇନ, ୧୯୬୨ର ଧାରା ୬୫ କୌଣସି ସୀମାଶୁଳ୍କ ପଣ୍ୟାଗାରରେ ଉତ୍ପାଦନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ କରିବା ଲାଗି କ୍ଷମତା ଦେଇଥାଏ । ସ୍ପଷ୍ଟ ଓ ପାରଦର୍ଶୀ ପ୍ରକ୍ରିୟା, ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକତା, ଆଇସିଟି ଆଧାରିତ କାଗଜପତ୍ର ପ୍ରସ୍ତୁତି ଏବଂ ହିସାବ କିତାବ ରଖିବା ବ୍ୟବସ୍ଥା ସହିତ ଏହି ଯୋଜନାର ଆଧୁନିକୀକରଣ କରାଯାଇଛି । ଏହାକୁ ପଣ୍ୟାଗାରରେ ଉତ୍ପାଦନ ଏବଂ ଅନ୍ୟ ପରିଚାଳନା ନିୟମାବଳୀ, ୨୦୧୯ ଏବଂ ସର୍କୁଲାର ୩୪/୨୦୧୯ ଜରିଆରେ ଲାଗୁ କରାଯାଇଛି, ଯାହାକି ଅକ୍ଟୋବର ୧, ୨୦୧୯ରେ ଜାରି କରାଯାଇଥିଲା ।
ଏହି ଯୋଜନାର ମୁଖ୍ୟାଂଶ ଗୁଡିକ ହେଉଛି :
୧. ପରିଚାଳନାରେ ସମାନତା ଆଣିବା ଲାଗି ଏକକ ଆବେଦନ ସହ ମଞ୍ଜୁରି ଫର୍ମ ନିର୍ଦ୍ଧାରିତ କରାଯାଇଛି । ସୀମା ଶୁଳ୍କର କ୍ଷମତାପ୍ରାପ୍ତ ଆୟୁକ୍ତ ଏପରି ୟୁନିଟର ପ୍ରତିଷ୍ଠା ତଥା ଏହାର ପରିଚାଳନାକୁ ନିକଟରୁ ଅନୁଧ୍ୟାନ କରିବା ଲାଗି ମଞ୍ଜୁରିର ଏକକ କେନ୍ଦ୍ର ବିନ୍ଦୁ ଭାବେ କାମ କରିବେ ।
୨. ଏପରି କୌଣସି ଭୌଗୋଳିକ ସୀମା ନାହିଁ ଯେଉଁଠି ଏପରି ୟୁନିଟ ପ୍ରତିଷ୍ଠା କରାଯାଇପାରିବ ନାହିଁ ।
୩. ସୀମା ଶୁଳ୍କ ସ୍ଥଗିତକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୃକ୍ତ ୟୁନିଟ ବିଭିନ୍ନ ବସ୍ତୁ (କଂଚାମାଲ ଓ ପୁଞ୍ଜିଗତ ସାମଗ୍ରୀ)ର ଆମଦାନୀ କରିପାରିବ । ଯଦି ପ୍ରକ୍ରିୟାକୃତ ବସ୍ତୁ ରପ୍ତାନୀ କରାଯାଏ ତେବେ ସମ୍ପୃକ୍ତ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରି ଦିଆଯାଏ ।
୪. ଏହାର ଅନ୍ତର୍ଗତ କୌଣସି ସୁଧ ଦେବାକୁ ପଡିବ ନାହିଁ ଏବଂ ଉନ୍ନତ ଲିକ୍ୟୁଡିଟି ସହିତ ସମ୍ପୃକ୍ତ ୟୁନିଟ ଲାଭବାନ ହେବ ।
୫. ଧାରା ୬୫ ଅଧୀନରେ ଆସୁଥିବା ୟୁନିଟରେ ଉତ୍ପାଦନ ଏବଂ ଅନ୍ୟ ପରିଚାଳନାରେ ଉପଯୋଗ ଲାଗି ଘରୋଇ ବଜାରରୁ ଜିଏସଟି ଅନୁରୂପ ବସ୍ତୁ କ୍ରୟ କରାଯାଇ ପାରେ ।
୬. କାରବାରରେ ସୁଗମତା ସହିତ ସହଜ ଅନୁପାଳନ ପାଇଁ ଏକକ ଡିଜିଟାଲ ଖାତାକୁ ନିର୍ଦ୍ଧାରିତ କରାଯାଇଛି ।
୭. ସିବିଆଇସି ଏହି ଯୋଜନା ବାବଦରେ ଆବଶ୍ୟକ ସୂଚନା ପ୍ରଦାନ କରିବା ତଥା ନିବେଶକଙ୍କ ସୁବିଧା ପାଇଁ ଇନଭେଷ୍ଟ ଇଣ୍ଡିଆ ସହିତ ମିଶି ଏକ ସ୍ୱତନ୍ତ୍ର ମାଇକ୍ରୋସାଇଟର ଶୁଭାରମ୍ଭ କରିଛି ।
୮. ଭାରତରେ ନିବେଶ ବୃଦ୍ଧି କରିବା ତଥା ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ଲାଗି ଏହି ଯୋଜନା ଅତ୍ୟନ୍ତ ସହାୟକ ହେବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ, ରପ୍ତାନୀକୁ ପ୍ରୋତ୍ସାହନ ମିଳିବ, ଇଲେକ୍ଟ୍ରୋନିକ ଉତ୍ପାଦର ମରାମତି ଓ ନବୀକରଣ, ଅନ୍ତର୍ମୁଖୀ ଓ ବହୁମୁଖୀ କାର୍ଯ୍ୟକଳାପ ସହିତ ବୈଶ୍ୱିକ ଇ-କମର୍ସ କେନ୍ଦ୍ର ପ୍ରତିଷ୍ଠା ଲାଗି ସୁବିଧା ପ୍ରଦାନ କରିବା ସମ୍ଭବ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ