ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ : ୧୦ମ ରେ ଏ. ବିଷ୍ଣୁପ୍ରିୟା ଓ ଦ୍ୱାଦଶରେ ମଧୁସୂଦନ ସ୍ୱାଇଁ ବିଦ୍ୟାଳୟ ଟପ୍ପର
ହିଂଜିଳିକାଟୁ, (ଶେଷଦେବ ସାହୁ) : ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି । ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉଭୟ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଶତ ପ୍ରତିଶତ ଶିକ୍ଷାର୍ଥୀ ଉତୀର୍ଣ୍ଣ ଲାଭ କରିଛନ୍ତି । ୧୦ ଶ୍ରେଣୀର ୬୭ଶିକ୍ଷାର୍ଥୀଙ୍କ ମଧ୍ୟରୁ ୪୬ ଜଣ ପ୍ରଥମ ଶ୍ରେଣୀ, ୬ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୫ ଜଣ ପରୀକ୍ଷାର୍ଥୀ ତୃତୀୟ ଶ୍ରେଣୀ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ଶ୍ରେଣୀ ସ୍ଥାନ ଅଧିକାର କରିଥିବା ୪୬ଜଣ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୧୩ଜଣ ପରୀକ୍ଷାର୍ଥୀ ୯୦%ରୁ ଉର୍ଦ୍ଧ୍ୱ ମାର୍କ ରଖି ବିଦ୍ୟାଳୟା ଗୌରର୍ବ ଅର୍ଜନ କରିଛନ୍ତି । ୧୦ମ ଶ୍ରେଣୀ ଛାତ୍ରୀ ଏ. ବିଷ୍ଣୁପ୍ରିୟା ସର୍ବାଧିକ ୯୫.୮% ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିତାଲି ପୃଷ୍ଟି ୯୫.୨% ରଖି ଦ୍ୱିତୀୟ ସ୍ଥାନ ଓ ଜଗନ୍ନାଥ ସ୍ୱାଇଁ ୯୫% ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୯୦%ରୁ ଅଧିକ ମାର୍କ ରଖିଥିବା ଶିକ୍ଷାର୍ଥୀ ମାନେ ହେଲେ ଅର୍ମିତା କୁମାରୀ ନାୟକ(୯୩.୪%), ମାଧୁରୀ ସାହୁ (୯୧.୮%), ଦିପିକା ନାହାକ(୯୦.୬%), ଉଭୟ ଦିପୁନ ମହାନ୍ତି ଓ ନନ୍ଦିନି ନାହାକ(୯୦.୨%), ମହେନ୍ଦ୍ର କୁମାର ବେହେରା, ମମତା ନାହାକ, ବର୍ଷାରାଣୀ ପ୍ରଧାନ ଓ ଶୁଭ୍ରାଂଶୁ ଶେଖର ସାହୁ (୯୦%) ମାର୍କ ରଖିଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଂପୃକ୍ତ ବିଦ୍ୟାଳୟର ୬୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୫ଜଣ, ଓ ୮ଜଣ ପରୀକ୍ଷାର୍ଥୀ ଦ୍ୱିତୀୟ ଶ୍ରେଣୀ ଅଧିକାର କରିଛନ୍ତି । ବିଦ୍ୟାଳୟର ଛାତ୍ର ମଧୁସୂଦନ ସ୍ୱାଇଁ ସର୍ବାଧିକ ୯୫.୮% ମାର୍କ ରଖି ବିଦ୍ୟାଳୟ ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି । ଏମ. ଋବିନ୍ଦ୍ର ଦୋରା ୯୫% ମାର୍କ ରଖି ଦ୍ୱିତୀୟ ଓ ଗୋଲୁମୁ ନିଶା ୯୪.୨% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ସୁତ୍ରରୁ ପ୍ରକାଶ । ବିଦ୍ୟାଳୟର ଏଭଳି କୃତିତ୍ୱ ସକାଶେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।


