ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ଦୁର୍ନିିତିର ଗନ୍ଧ : ନିର୍ମାଣର ୨ ମାସ ନପୁରୁଣୁ କେନାଳ ଗାର୍ଡ଼ ୱାଲ ଭାଙ୍ଗିଲା

ପଦାରେ ପଡ଼ିଲା ଯନ୍ତ୍ରୀ – ଠିକାଦାର ମଧୁଚନ୍ଦ୍ରିକା

ହିଂଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁରେ ଦୁର୍ନିତି ଚରମ ସିମାରେ ପଂହଚିଛି । ପିସି ଦିଅ, କାମ ନିଅ ନୀତିରେ ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ । ପିସି ଦେଲେ ସବୁ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁ ବ୍ଳକ ମକରଝୋଳ ପଂଚାୟତ ପଲ୍ଲୀପଦ୍ମନାଭପୁର ଗ୍ରାମରେ ଦେଖିବାକୁ ମିଳିଛି । ଚାଷୀଙ୍କ ଚାଷ ଜମିକୁ ଜଳ ଯୋଗାଣ ସକାଶେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୧କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କେନାଲ ଗାର୍ଡ଼ ୱାଲ ବର୍ଷ ଜଳରେ ଭାଙ୍ଗି ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ସାମାନ୍ୟ ବର୍ଷା ଜଳରେ ଗାର୍ଡ଼ ୱାଲ ଭାଙ୍ଗିବା ଘଟଣା ଦେଖିଲେ କାମ କେତେ ଉଚ୍ଚକୋଟିର କରାଯାଇଥିବ ତାହା ସହଜେ ଅନୁମେୟ । ଏଭଳି ଏକ ଘଟଣା ପରେ ଯନ୍ତ୍ରୀ- ଠିକାଦାର ମଧୁଚନ୍ଦ୍ରିକାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ।
ବିଭିନ୍ନ କ୍ଷେତ୍ରରେ ବିକାଶ ଲାଗି ସରକାର କୋଟ କୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି । ଏଥି ସକାଶେ ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି । ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଥିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଚଂଚକତା କରି ନିମ୍ନମାନର କାର୍ଯ୍ୟ କରାଯାଉଅଛି । ଯଦ୍ୱାରା ଅଳ୍ପ କିଛି ଦିନ ପରେ ତାହା ନଷ୍ଟ ହେବାରେ ଲାଗିଛି । ଏପରି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଂଜିଳିକାଟୁ ବ୍ଳକ ପଲ୍ଲୀପଦ୍ମନାଭପୁର ଗ୍ରାମରେ ଦେଖିବାକୁ ମିଳିଛି । ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଯୋଗୁଁ ଅକାରଣରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱଛ ଶାସନରେ କଳା ଛିଟା ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରତିବର୍ଷ ବର୍ଷା ଦିନ ପୂର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ କେନାଲ ଗାଡ଼ଁ ୱାଲ ମରାମତି କରାଯାଇଥିଲା । ନିର୍ମାଣ କାର୍ଯ୍ୟରେ ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଚଂଚକତା କରି ନିମ୍ନମାନର କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ଚାଷୀଙ୍କ ଚାଷ ଜମିକୁ ଜଳ ଯୋଗାଣ ସକାଶେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୨ ମାସ ପୂର୍ବରୁ ୧କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କେନାଲ ଗାର୍ଡ଼ ୱାଲ ବର୍ଷ ଜଳରେ ଭାଙ୍ଗି ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ସାମାନ୍ୟ ବର୍ଷାରେ ସଂପୃକ୍ତ କେନାଳ ଗାର୍ଡ଼ ୱାଲ ଭୁଷୁଡ଼ି ପଡ଼ି କେନାଳ ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି । ଯଦ୍ୱାରା ଜମିକୁ ଜଳ ନିଷ୍କାସିତ ହୋଇନପାରି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ସଂପୃକ୍ତ କେନାଲ ଗାର୍ଡ଼ ୱାଲର ବହୁ ଅଂଶ ଫାଟି ଯିବା ସହ କିଛି ଅଂଶ ଭାଙ୍ଗିବା ଘଟଣାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣାକୁ ଚପାଇବା ଦେବାକୁ ଉଦ୍ୟମ କରି ଫଟା ସ୍ଥାନରେ ସିମେଂଟ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ଘଟଣା ନେଇ ସ୍ଥାନୀୟ କ୍ଷୁଦ୍ର ଜଳସମ୍ପଦ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉମାଚରଣ ସେଠିଙ୍କୁ ପଚାରିବାରୁ ସେ କହିଲେ ମାତ୍ର ୨ ମାସ ପୂର୍ବରୁ ସଂପୃକ୍ତ କେନାଳ ଗାର୍ଡ଼ ୱାଲ ନିର୍ମାଣ କରାଯାଇଥିଲା । ଜଳସେଚନ ବିଭାଗ ପକ୍ଷରୁ ମଙ୍ଗଳବାର ନିକଟସ୍ଥ ଅଂଚଳର ଚାଷ ଜମିକୁ ବର୍ଷା ଜଳ ଛଡ଼ା ଯିବାରୁ ହଠାତ କେନାଳ ଗାର୍ଡ଼ ୱାଲ ଭୁଷୁଡ଼ି ପଡ଼ିଥିଲା । ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବା ନେଇ ପରୋକ୍ଷରେ ମାନି ନେଇଥିଲେ । ଯଥାଶୀଘ୍ର ଭୁଷୁଡ଼ି ପଡ଼ିଥିବା କେନାଳ ଗାର୍ଡ଼ ୱାଲ ନିର୍ମାଣ କରାଯିବା ସହିତ ଖର୍ଚ୍ଚ ଅର୍ଥ ସଂପୃକ୍ତ ଠିକାଦାରଙ୍କ ନିକଟରୁ ଭରଣା କରାଯିବ ବୋଲି କହିଥିଲେ । । ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗୀୟ କାର୍ଯ୍ୟାଳୟରେ ବହୁ ସମୟରେ ଯନ୍ତ୍ରୀ ମାନଙ୍କ ଦେଖାମିଳୁନଥିବା ବେଳେ ବହୁ ସମୟରେ ଫିଲ୍ଡ ଡ଼୍ୟୁଟିରେ ଥିବା ଦର୍ଶାଉଛନ୍ତି । ଏଠାରେ ପଶ୍ନ ଉଠୁଛି ଯେ, ଗାର୍ଡ଼ ୱାଲ ନିର୍ମାଣ ସମୟରେ ଶକ୍ତ ଭାବେ ନିର୍ମାଣ କରାନଯାଇ କାହିଁକି ହାଲୁକା ଭାବେ ନିର୍ମାଣ କରାଯାଉଛି । ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଥିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଚଂଚକତା କରି ନିମ୍ନମାନର କାର୍ଯ୍ୟ କରାଯାଉଥିବା ପ୍ରମାଣିତ ହୋଇଛି । ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ଫୋନ ଯୋଗେ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ